ଓଡ଼ିଶା
ବୋଲେରୋରେ ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିଲା ଗଂଜେଇ, ବ୍ରିଜ୍ ଉପରେ ମାଡ଼ିବସିଲା ଅବକାରୀ ଗୁଇନ୍ଦା ବିଭାଗ
ଯାଜପୁରରୋଡ() ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ୧ କୁଇଣ୍ଟାଲ ୨୫ କିଲୋ ଗଂଜେଇ ଜବତ କରିଛି। କୋଲକାତାକୁ ବଡ଼ଧରଣର ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଅବକାରୀ ବିଭାଗର କର୍ମଚାରୀ ମାନେ ଯାଜପୁର ଜିଲ୍ଲା ଜାରକା ଓଭରବ୍ରିଜ୍ ଉପରେ ଛକି ବସିଥିଲେ।
ସୂଚନା ଅନୁସାରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାରକା ଓଭରବ୍ରିଜ୍ ନିକଟରେ ଚଢ଼ଉ କରି ୧ କ୍ୱିଣ୍ଟାଲ ୨୫କିଲୋ ଗଞ୍ଜେଇ ଜବତ କରିବା ସହ ଏକ ସ୍କର୍ପିଓ ଗାଡି ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପାଣିକୋଇଲି ଠାରେ ଅତିରିକ୍ତ ସୁପରିଟେଡେଣ୍ଟ ପ୍ରବୀର କୁମାର ସାମଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟାରେ ଫୁଲବାଣୀ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଯାଉଥିଲା।