ଓଡ଼ିଶା
କଣିହାଁ ବ୍ଲକ୍ର ଉପାନ୍ତ ଅଞ୍ଚଳରେ ରାତିରେ ବିଦ୍ୟୁତ୍ କାଟ ଯୋଗୁଁ ଅନ୍ଧାରରେ ବଢ଼ୁଛି ହାତୀ ଭୟ, ହନ୍ତସନ୍ତ ହେଉଛନ୍ତି ଲୋକେ
![](https://i0.wp.com/odia.mobilenews24x7.com/wp-content/uploads/2022/01/Elephant-687x430-1.jpg?resize=687%2C430&ssl=1)
କଣିହାଁ : କଣିହାଁ ବ୍ଲକ୍ର ଉପାନ୍ତ ଅଞ୍ଚଳ କୁଳୁମା ଓ ବାଲିପଶି ପଞ୍ଚାୟତରେ ହାତୀ ଉପଦ୍ରବ ଲାଗିରହିଛି। ଏ ପରିସ୍ଥିତିରେ ଅଧିକାଂଶ ରାତିରେ ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଉଥିବାରୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଫଳରେ ବନ୍ୟପ୍ରାଣୀଙ୍କଠାରୁ ବିପଦ ଆଶଙ୍କା ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ, ଅଞ୍ଚଳରେ ହାତୀଙ୍କ ଚଳାଚଳ ଲାଗିରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଉଛି। ଏଥିଯୋଗୁଁ ଅଞ୍ଚଳର ଲୋକେ କମ୍ ହଇରାଣ ହେଉନାହାନ୍ତି। ଅନ୍ଧାରରେ ହାତୀସହ ମୁହାଁମୁହିଁ ହୋଇଯିବା ଆଶଙ୍କା ଥିବାରୁ ରାସ୍ତାରେ ଯାତାୟାତ ଠପ୍ ହୋଇଯାଉଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।