ଜାତୀୟମନୋରଞ୍ଜନ

ସରିଲା ହଳଦି ସେରିମନି, ଆଜି ପଡ଼ିବ ନାଗିନଙ୍କ ହାତ ଗଣ୍ଠି

ମୁମ୍ବାଇ() ଆଜି ପଡ଼ିବ ନାଗିନଙ୍କ ହାତ ଗଣ୍ଠି। ବାଜିବ ସାହାନାଇ।  ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ସୁରଜ ନାମ୍ବିୟାର୍‌ଙ୍କ ଦୁଲହନିଆ ସାଜିବେ ମୌନି । ଗୋଆର ଏକ ପଞ୍ଚ ତାରକା ହୋଟେଲରେ ଆଜି ହେବ ମୌନି ଓ ସୁରଜଙ୍କ ରୟାଲ ୱେଣ୍ଡିଂ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।  ଗତକାଲି ମୌନିଙ୍କ ହଳଦି ଓ ମେହେନ୍ଦୀ ସେରିମନି ହୋଇଥିବା ବେଳେ ଆଜି ଆୟୋଜିତ ହେବ ଗ୍ରାଣ୍ଡ ରିସେପସନ ।

ମୌନିଙ୍କ ହଳଦୀ ସେରିମନି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହଳଦି ରଙ୍ଗର ଲେହେଙ୍ଗାରେ ଖୁବ୍‌ ସୁନ୍ଦର ଓ କ୍ୟୁଟ ଲାଗୁଛନ୍ତି ଅଭିନେତ୍ରୀଜଣକ। ଏପରିକି ହଳଦି ସେରିମନିରେ ମୌନି ଖୁବ୍‌ ମସ୍ତି କରୁଥିବା ଦେଖିବାକୁ ମିଳିଛି।

ମୌନି ପ୍ରଥମ ଥର ପାଇଁ ନିଜ ଭାବି ପତି ସୁରଜ ନାମ୍ବିଆରଙ୍କ ସହ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ମୌନି ଲାଲ ରଙ୍ଗର ଏକ ସୁଟ୍‌ ପିନ୍ଧିଥିବା ବେଳେ ସୁରଜ  ଅଫ୍‌ ହ୍ୱାଇଟ ରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି।

ଆଜି ମୌନି ଓ ସୁରଜଙ୍କ ମଧ୍ୟରେ ୨ ପ୍ରକାର ବିବାହ ସମ୍ପନ୍ନ ହେବ । ପ୍ରଥମେ   ବଙ୍ଗାଳି ରୀତିରେ ବିବାହ ସମ୍ପନ୍ନ ହେବ । ଏହାପରେ ସାଉଥ ଇଣ୍ଡିଆନ ନିୟମ ଅନୁଯାୟୀ ପଡ଼ିବ ହାତ ଗଣ୍ଠି।  ୱେଣ୍ଡିଂ ଥିମ୍‌ ହ୍ୱାଇଟ ରହିଛି। ସମସ୍ତ ଗେଷ୍ଟଙ୍କୁ ହ୍ୱାଇଟ ଆଉଟଫିଟ୍‌ରେ ସାମିଲ ହେବାକୁ କୁହାଯାଇଛି।

mouni-roy

ମୋନିଙ୍କ ବିବାହରେ ଟେଲିଭିଜନ ତଥା ବଲିଉଡର ବହୁ ଆଗ ଧାଡ଼ିର ସେଲିବ୍ରିଟି ସାମିଲ ହେବେ। ୨ ଦିନ ଧରି ଚାଲିବ ବିବାହ ସେଲିବ୍ରେଶନ । ଗେଷ୍ଟ ଲିଷ୍ଟରେ ଅର୍ଜୁନ ବିଜଲାନୀଙ୍କଠାରୁ ଆରମ୍ଭ କରି ମନ୍ଦିରା ବେଦୀ ସାମିଲ ହୋଇଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଗେଷ୍ଟମାନେ ଖୁବ୍‌ ମସ୍ତି କରୁଥିବା ଦେଖିବାକୁ ମିଳିଛି।

ମୌନିଙ୍କ ଭାବି ପତି ସୁରଜ ମୁଖ୍ୟତଃ କର୍ଣ୍ଣାଟକର ମୂଳ ବାସିନ୍ଦା ହୋଇଥିବା ବେଳେ ଦୁବାଇରେ ଜଣେ ବ୍ୟାଙ୍କର ଓ ବିଜନେସମ୍ୟାନ ଅଟନ୍ତି।  ୨୦୧୯ ନୂଆ ବର୍ଷ ପାଳନ ପାଇଁ ମୌନି ଦୁବାଇ ଯାଇଥିବା ବେଳେ ସେଠାରେ ଏକ କ୍ଲବରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ମୌନିଙ୍କ ସୌନ୍ଦର୍ଯ୍ୟର ଦିବାନା ହୋଇ ଯାଇଥିଲେ ସୁରଜ । ଏହାପରେ ଉଭୟଙ୍କ ମଧ୍ୟ ରିଲେସନ୍‌ ଆରମ୍ଭ ହୋଇଥିବା ବେଳେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି।

 

View this post on Instagram

 

A post shared by good time 💯 (@amaizing_clips)

 

Related Articles

Back to top button
WP Twitter Auto Publish Powered By : XYZScripts.com