ଓଡ଼ିଶା

ବାପାଙ୍କ ଲାଗି ମେଡିସିନ ଆଣିବାକୁ ଯାଉଥିଲେ, ଅଧାରାସ୍ତାରେ ଏସିଡ୍‌ ଫିଙ୍ଗିଲେ ଦୁର୍ବୃତ୍ତ

ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍‌ ମାଡ । ଗୁରୁତର ଅବସ୍ଥାରେ ପାର୍ଥସାରଥୀ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା ସିଲନ୍ଦୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ରାତିରେ ପାର୍ଥସାରଥୀ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବା ପାଇଁ ଛେନାପଦୀ ମାର୍କେଟ ଯାଉଥିଲେ । କିନ୍ତୁ ବାଟରେ କିଛି ବ୍ୟକ୍ତି ତାଙ୍କୁ କୌଶଳ କ୍ରମେ ଏକ ସ୍ଥାନକୁ ନେଇଯାଇଥିଲା । ସେଠାରେ ପାର୍ଥସାରଥୀଙ୍କୁ ଏସିଡ ମାଡ କରିଥିଲେ । ସେ ଜୀବନ ବିକଳରେ ଦୌଡି ଏକ ସ୍ଥାନରେ ଲୁଚି ରହିଥିଲେ । ସେଠାରୁ ସେ ତାଙ୍କ ପରିବାର ଓ ସ୍ଥାନୀୟଲୋକଙ୍କୁ ଜଣାଇଥିଲେ । ଆଖି ଏବଂ ମୁହଁରେ ଏସିଡ ମାଡ଼ ହୋଇଥିବାରୁ ସେ ଗୁରୁତର ଥିଲା ।  ସେଠାରୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲା ।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ପାର୍ଥ ସାରଥୀଙ୍କୁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com