ଜାତୀୟ

ଜମ୍ମୁ-କଶ୍ମୀରକୁ ନେଇ ‘ହୁ’ ର ଷଡ଼ଯନ୍ତ୍ର: ଚୀନ ଏବଂ ପାକିସ୍ତାନ ଇଲାକରେ ଦର୍ଶାଇଲା

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ‘ହୁ’ ର ଷଡ଼ଯନ୍ତ୍ର।  ଜମ୍ମୁ-କଶ୍ମୀର ଭାରତର ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦର୍ଶାଇଛି। ଡବ୍ଲ୍ୟୁଏଚଓ ପକ୍ଷରୁ କୋଭିଡ୍‌ ଡାସବୋର୍ଡ଼ରେ ଜମ୍ମୁ କଶ୍ମୀରକୁ  ଚୀନ ଏବଂ ପାକିସ୍ତାନର ଅଂଶ ବୋଲି ଦର୍ଶାଯାଇଛି। ଏହି ଘଟଣାକୁ ସରକାର ଗୁରୁତରରେ ଭାବେ ଗ୍ରହଣ କରିବା ଉଚିତ ବୋଲି ତ୍ରୁଣମୂଳ କଂଗ୍ରେସ ଏମପି ଶାନ୍ତନୁ ସେନ୍‌ କହିଛନ୍ତି। ଏନେଇ ଶାନ୍ତନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ ଟ୍ୱିଟ୍‌ କରି ଜଣାଇଛନ୍ତି।  “WHO COVID http://19. ସାଇଟ୍‌ରେ ଭାରତ ମାନଚିତ୍ର ଠାରୁ ଅଲଗା ତଥା  ଜମ୍ମୁ ଏବଂ କଶ୍ମୀରକୁ ଭିନ୍ନ ରଙ୍ଗରେ ଦର୍ଶାଯାଇଇଛି। ଏଥିସହ ଏହି ରାଜ୍ୟକୁ ଅନ୍ୟ ଭୌଗଳି ଅଂଶରେ ଦର୍ଶାଯାଇଛି।

କୋଭିଡ୍‌ ଡାଟା ସମ୍ପର୍କରେ କ୍ଲିକ୍‌ କରିବା ମାତ୍ରେ ଏହା ପାକିସ୍ତାନ ଏବଂ ଚୀନର ଅଧୀନରେ ଦର୍ଶାଉଛି ବୋଲି  ଶାନ୍ତନୁ କହିଛନ୍ତି ।  ଭାରତ ମାନଚିତ୍ର ନୀଳ ରଙ୍ଗରେ ଦର୍ଶାଯାଇଥିବା ବେଳେ  ଜମ୍ମୁ ଏବଂ କଶ୍ମୀରକୁ ଧୂଶର ରଙ୍ଗରେ ଦର୍ଶାଯାଇଛି। ସେହିପରି ଅରୁଣାଚଳପ୍ରଦେଶକୁ ମଧ୍ୟ ଭିନ୍ନ ରୂପ ଦିଆଯାଇଥିବା ଶାନ୍ତନୁ କହିଛନ୍ତି ।

କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ପଦକ୍ଷେପ ନିଅନ୍ତୁ  ବୋଲି ସେ ଚିଠିରେ ଦର୍ଶାଇଛନ୍ତି। ଏତେବଡ଼ ତ୍ରୁଟିକୁ କିଭଳି ନଜର ଅନ୍ଦାଜ କରାଯାଇଥିଲା ସରକାର ସେ ସମ୍ପର୍କରେ ସ୍ପଷ୍ଟୀରକରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। । ଗତ ବର୍ଷ ‘ହୁ’ପକ୍ଷରୁ ଭାରତ ମାନଚିତ୍ରକୁ ତ୍ରୁଟିପୂର୍ଣ୍ଣ ପ୍ରଦର୍ଶନ ନେଇ ଭାରତ ସରକାର ପ୍ରଶ୍ନ ଉଠାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com