ପୁଣି ବାଉନ୍ସ ବ୍ୟାକ କରିପାରେ କରୋନା ତେଣୁ ଆମକୁ ସତର୍କ ରହିବାକୁ ପଡିବ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ ତଳକୁ ଖସିବାର ଦେଖିବାକୁ ମିଳୁଛି। ଦୈନିକ ସଂକ୍ରମଣ ସଂଖ୍ୟା କମବା ସହିତ ଆକ୍ଟିଭ ସଂଖ୍ୟା ମଧ୍ୟ କମୁଛି । ଯାହା ଫଳରେ ସୁଧାର ପରିଲକ୍ଷିତ ହେଇଛି । ଯାହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ମାତ୍ର ଯାହା ଆମେ ଆଗରୁ କହିଛୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟାଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ ସାମନ୍ୟତମ ବି ପ୍ରଭାବ ପକାଉନି । ଗ୍ରାଫର ସମ୍ପୁର୍ଣ୍ଣ ତଳେ ନ ପହଁଚିବା ପର୍ୟ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ।
ସେହିପରି କୋଭିଡ଼ ମୃତ୍ୟୁ ବଢିବା ନେଇ କହିଛନ୍ତି ଯେ, ପିକର ମାସେ ପରେ ମୃତ୍ୟୁ ଟିକିଏ ବଢେ । ଜାନୁଆରୀ ମାସରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ , ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି । ଡେଲଟା ଏବେ ବି ରହିଛି । ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।