ପ୍ରେମ ନେଲା ଜୀବନ: ଭୁବନେଶ୍ବରର ନନ୍ଦନ ବିହାର ଅଞ୍ଚଳରେ ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ

ଭୁବନେଶ୍ବର() ପ୍ରେମ ନେଲା ଜୀବନ। ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ। ଭୁବନେଶ୍ବରର ନନ୍ଦନ ବିହାର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନନ୍ଦନ ବିହାର ଅଞ୍ଚଳର ପ୍ଲଟ ନମ୍ବର ଏଲଆଇଜି ୧୦୦ରେ ଥିବା ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ମିଳିଛି। ମୃତକକଙ୍କ ନାଁ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡ଼ିଥିବା ବେଳେ ପ୍ରେମ ପାଇଁ ସେ ଏଭଳି କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ମୁତାବକ, ଶୋଇବା ଘରେ ଆତ୍ମହତ୍ୟା କରିଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଘଟଣା ବିଷୟରେ ଖବର ପାଇ ପୁୁଲିସ ସୌମ୍ୟଙ୍କ ଘରେ ପହଞ୍ଚିିବା ସହ ଶୋଇବା ଘରୁ ତାଙ୍କର ମୃତଦେହକୁ ଉଦ୍ଧାର କରିଛି। ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ମଧ୍ୟ ପୁଲିସକୁ ମିଳିଥିବା ବେଳେ ପ୍ରେମ ପାଇଁ ଏଭଳି ଘଟିଥିବା ସନ୍ଦେହ କରୁଛି ପୁଲିସ। ସୁଇସାଇଡ ନୋଟରେ ସୌମ୍ୟ ଜଣେ ଯୁବତୀଙ୍କ ବିଷୟରେ ଲେଖିଛନ୍ତି। ତେବେ କେଉଁ କାରଣ ପାଇଁ ସେ ଏଭଳି ଏକ ପଦକ୍ଷେପ ନେଲେ ଏବଂ ଏଥିରେ ଯୁବତୀଙ୍କର କ’ଣ ସଂପୃକ୍ତି ରହିଛି ସେ ନେଇ ମାମଲା ରୁଜୁ କରି ତା’ର ତଦନ୍ତ କରୁଛି ପୁଲିସ।