ମନୋରଞ୍ଜନ

MTV ରୋଡିଜରୁ ବିଦା ହେବେ ରଣବିଜୟ ସିଙ୍ଘା, ଏନ୍‌ଟ୍ରି କରିବେ ସନୁ ସୁଦ !

ମୁମ୍ୱାଇ : ଗତ ୧୮ବର୍ଷ ଧରି MTV ର ଲୋକପ୍ରିୟ ରିଆଲିଟି ସୋ ରୋଡିଜ୍ ର ଅଂଶବିଶେଷ ଥିବା ରନବିଜୟ ସିଙ୍ଘା ଏବେ ସୋକୁ ବିଦାୟ ଦେବାକୁ ଯାଉଛନ୍ତି । ସୋରୁ ରଣବିଜୟଙ୍କୁ ରିପ୍ଲେସ କରାଯିବ ବୋଲି ଖବର ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ବଲିଉଡର ଏକ ଲୋକପ୍ରିୟ ଚେହେରାଙ୍କୁ ବଛାଯାଇଛି।Sonu Sood takes pledge to support blood cancer patients in India

ସୂତ୍ରରୁ ଜଣାପଡିଛି ଯେ, ରଣବିଜୟଙ୍କୁ ସୋ’ରୁ କଡିବାକୁ ଯୋଜନା କରାଯାଉଛି । ନିର୍ମାତାମାନେ ଶୀଘ୍ର ଏହି ବିଷୟରେ ଏକ ବିବୃତ୍ତି ଦେବାକୁ ଯାଉଛନ୍ତି । ଜଣେ ବଲିଉଡର ଲୋକପ୍ରିୟ ଅଭିନେତା, ଯିଏ ରଣବିଜୟଙ୍କ ସ୍ଥାନ ନେବେ ।

ବର୍ତ୍ତମାନ ସେହି ଅଭିନେତା କିଏ, ନିର୍ମାତାମାନେ ତାଙ୍କ ସବିଶେଷ ତଥ୍ୟକୁ ଗୁପ୍ତ ରଖିବାକୁ ଚାହୁଁଛନ୍ତି । ତେବେ ଚର୍ଚ୍ଚା ହେଉଛି ସୋନୁ ସୁଦ, ଯିଏକି କରୋନା କାଳରେ ଲୋକଙ୍କ ପାଇଁ ମସିହା ହୋଇଥିଲେ, ସେ ରଣିଭାଇଙ୍କ ସ୍ଥାନ ନେବେ। ସେପଟେ ଏଖବର ଚର୍ଚ୍ଚା ହେବା ପରେ ଫ୍ୟାନ୍ସ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରଣବିଜୟଙ୍କ ଫ୍ୟାନ୍ସମାନେ ଏନେଇ ଦୁଃଖପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com