ଓଡ଼ିଶା

ଭୋଟ ଗ୍ରହଣ ଏବଂ ଗଣତି ଦିନ ବନ୍ଦ ରହିବ ମଦ ଦୋକାନ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅବକାରୀ କମିଶନର୍‌

ଭୁବନେଶ୍ୱର() ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ଏବଂ ଗଣତି ଦିନ ମଦ ବିକ୍ରି ଉପରେ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର୍‌। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କମିଶନର୍‌ ଆଶିଷ୍‌ ସିଂ । ମତଦାନ ଏବଂ ଗଣତି ହେଉଥିବା ଅଞ୍ଚଳରେ ଉକ୍ତ ଦିନ ମଦ ବିକ୍ରି ହୋଇପାରିବ ନାହିଁ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ହେବାକୁ ଥିବା ମତଦାନ ଦିନ ମଦ ଦୋକାନ ବନ୍ଦ ରହିବ ।

ଏଥିସହିତ ଫେବୃଆରୀ ୨୬ରୁ ୨୮ ମଧ୍ୟରେ ଭୋଟ ଗଣତି ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ମଦ ବିକ୍ରି ହୋଇପାରିବ ନାହିଁ । ହୋଟେଲ୍‌, ରେଷ୍ଟୁରାଣ୍ଟ ଏବଂ କ୍ଲବ୍‌ରେ ମଧ୍ୟ ମଦ ପରିବେଷଣକୁ ମନା କରାଯାଇଛି । ଏହି ଦିନକୁ ଡ୍ରାଏ ଡେ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com