ଜାତୀୟ

କର୍ଣ୍ଣାଟକ ହିଜାବ ମାମଲା: ଜାତୀୟ ପତାକା କାଢି ଗେରୁଆ ପତାକା ଲଗାଇଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: କର୍ଣ୍ଣାଟକ ହିଜାବ ମାମଲା ଏକ ନୂଆ ମୋଡ ନେଇଛି । କର୍ଣ୍ଣାଟକରେ କିଛି ଛାତ୍ର ଗୋଷ୍ଠୀ ଆନ୍ଦୋଳନକୁ ବିରୋଧ କରିବା ସମୟରେ ଜାତୀୟ ପତାକାକୁ କାଢି ଏହା ସ୍ଥାନରେ ଗେରୁଆ ପତାକା ଲଗାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତସ୍ଥାନରେ ଧାରା ୧୪୪ ଜାରି କରାଯାଇଛି । କର୍ଣ୍ଣାଟକର ଶିମୋଗାରେ ରହିଥିବା ଏକ ଜାତୀୟ ପତାକା ସ୍ତମ୍ଭ ନିକଟରେ ଏହି ଅଭାବନୀୟ ଦେଶବିରୋଧୀ କାଣ୍ଡ ଘଟିଥିଲା । ଆନ୍ଦୋଳନ ସମୟରେ ପଥର ମାଡ ହୋଇଥିଲା । ଏହା ମଧ୍ୟରେ ଜଣେ ଛାତ୍ର ଏହି ଖୁଣ୍ଟି ଉପରେ ଚଢି ଜାତୀୟ ପତାକା କାଢି ଦେଇଥିଲେ।

ଜାତୀୟ ପତାକାକୁ କାଢିବା ପରେ ଗେରୁଆ ପତାକାକୁ ଏହା ସ୍ଥାନରେ ଲଗାଇ ଦେଇଥିଲେ । ଏପରିକି ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନେ ଏହାକୁ ତାଳି ମାରି ସ୍ୱାଗତ କରିଥିଲେ । ଏହି ଘଟଣା ପରେ ପଥର ମାଡ ହେବା କାରଣରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗୁ କରାଯାଇଛି । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଏହି ଘଟଣାକୁ ନିନ୍ଦା କରିଛନ୍ତି । ଅନ୍ୟୁନ ୧ ସପ୍ତାହ ପାଇଁ ଏହି ଶିକ୍ଷାନୁଷ୍ଠାନ ବନ୍ଦ କରିବା ସହିତ ଅନଲାଇନ କ୍ଲାସ କରିବା ପାଇଁ ଶିବକୁମାର ଦାବି କରିଛନ୍ତି ।ଦେଖନ୍ତୁ ଭିଡିଓ..

Related Articles

Back to top button
WP Twitter Auto Publish Powered By : XYZScripts.com