ଜାତୀୟ

ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଖୁସିର ଖବର : ବଢ଼ିପାରେ ପିଏଫ ସୁଧ ହାର

ନୂଆଦିଲ୍ଲୀ: ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଖୁସିର ଖବର । ବଢ଼ିପାରେ ସେମାନଙ୍କ ପିଏଫ ସୁଧହାର ହାର । ଏନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି । ସୂଚନା ମୁତାବକ ଆସନ୍ତାମସ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓ ପକ୍ଷରୁ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ଆଲୋଚନା ହେବ । ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ମିଳୁଥିବା ସୁଧ ବଢ଼ାଇବା ନେଇ ଆଲୋଚନା ହୋଇପାରେ । ଇପିଏଫ ଜମା ରାଶି ଉପରେ ସୁଧର ମୂଲ୍ୟ ବୃଦ୍ଧି ହେବାକୁ ନେଇ ଗତବର୍ଷ ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଥିଲା । ହେଲେ ସୁଧହାର କେତେ ବଢ଼ିବ ତାହା ସ୍ଥିର ହୋଇନଥିଲା । ତେବେ ଚଳିତ ବର୍ଷରେ ବସିବାକୁ ଥିବା ଏହି ବୈଠକରେ ପିଏଫ ସୁଧହାର ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ବୈଠକ ଗୌହାଟିରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com