ଜାତୀୟ

ଜଟିଳ ହେଉଛି ହିଜାବ ବିବାଦ, କର୍ଣ୍ଣାଟକରେ ୩ ଦିନ ସ୍କୁଲ୍‌, କଲେଜ୍‌ ବନ୍ଦ ଘୋଷଣା

ବେଙ୍ଗାଲୁରୁ() କର୍ଣ୍ଣାଟକରେ ଉପୁଜିଥିବା ହିଜାବ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସାବରାଜ ବୋମାଇ ରାଜ୍ୟର ସମସ୍ତ ହାଇ ସ୍କୁଲ୍‌ ଏବଂ କଲେଜ୍‌କୁ ଆଗାମୀ ୩ ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି । ଏନେଇ ସେ କହିଛନ୍ତି ଏହି ବିବାଦରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତି ସରକାରଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଉଛି ।

ହିଜାବକୁ ସମର୍ଥନ କରି ଉଡୁପି ଜିଲ୍ଲାର ମହାତ୍ମା ଗାନ୍ଧୀ ମେମୋରିଆଲ୍‌ କଲେଜ୍‌ରେ ହୋଇଥିବା ବିବାଦ ବିରୋଧରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଗେରୁଆ ଗାମୁଛା ପକାଇ ମୁସ୍‌ଲିମ୍‌ ଛାତ୍ରଛାତ୍ରୀଙ୍କ ବିରୋଧରେ ଜୟ ଶ୍ରୀରାମ ସ୍ଲୋଗାନ୍‌ ଦେଇଥିବା ଦେଖାଯାଇଛି । ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଦୁଇ ଗୋଷ୍ଠୀ ପରସ୍ପର ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କର୍ଣ୍ଣାଟକ ହାଇକୋର୍ଟ ଏହି ବିବାଦକୁ ନେଇ ଶୁଣାଣି ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ଥାଉକି ଗତ ଡିସେମ୍ବର ୨୮ତାରିଖରେ ଓଡୁପିରୁ ଏଭଳି ପ୍ରଥମ ମାମଲା ଆସିଥିଲା । ପୂର୍ବରୁ ୫ଟି ଶିକ୍ଷାନୁଷ୍ଠାନ ଯଥା, ୩ଟି ସରକାରୀ କଲେଜ ଏବଂ ୨ଟି ଘରୋଇ ଶିକ୍ଷାନୁଷ୍ଠାନ ହିଜାବ ପିନ୍ଧି ଆସୁଥିବା ଛାତ୍ରୀମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଇ ଦେଇଥିଲେ । କୌଣସି ଅପ୍ରିତୀକର ଘଟଣାକୁ ରୋକିବା ଲାଗି ଶୁକ୍ରବାର ଦିନ ପ୍ରଥମ ଥର କୌଣସି ଶିକ୍ଷାନୁଷ୍ଠାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com