ଓଡ଼ିଶା

ବଡ ଧରଣର ଡକାୟତି, ଗାଡି ଲୁଟ୍ କରି ଚାବି ଛଡାଇ ନେଇଥିବା ଅଭିଯୋଗ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ରାମୁଡ଼ ଜଙ୍ଗଲ ନିକଟରେ ଗୁରୁବାର ରାତିରେ ବଡ ଧରଣର ଡକାୟତି ହୋଇଥିବା ଜଣାଯାଇଛି । ଡକାୟତମାନେ ବିଭିନ୍ନ ଗାଡିକୁ ଲୁଟ୍ କରିବା ସହ ଗାଡ଼ି ଚାବି ଛଡାଇ ନେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ରାମୁଡ୍ ଜଙ୍ଗଲ ନିକଟରେ ଡକାୟତମାନେ ବିଭିନ୍ନ ଗାଡିକୁ ଅଟକାଇ ଗାଡି ଚାଳକଙ୍କୁ ବନ୍ଧୁକ ଦେଖାଇ ମାଡ ମାରି ଲୁଟିଥିଲେ । ପ୍ରାୟ ୫ରୁ ୬ଟି ଗାଡିକୁ ଲୁଟ୍ କରିଥିବା ବେଳେ ୩ଟି ଗାଡିର ଚାବି ଛଡାଇ ନେି ପଳାଇ ଯାଇଥିଲେ । ରାଇଘରରୁ ପୁରୀ ଯାଉଥିବା ଓଡି ୦୨ବିପି୦୭୩୮ ନମ୍ବର ବିଶିଷ୍ଟ ଗାଡିର ଚାଳକ ଗାଡି ଦୁର୍ଘଟଣା ଘଟିଛି ଭାବି ଅଟକିବା ପରେ ଡକାୟତମାନେ ପ୍ରଥମେ ଗାଡି ଚାଳକଙ୍କୁ ମାଡ ମାରି ବନ୍ଧୁକ ଦେଖାଇ ପ୍ରଥମେ ଚାବି ଓ ପରେ ଚାଳକ ସମେତ ଅନ୍ୟମାନଙ୍କ ଠାରୁ ଟଙ୍କା ଲୁଟ୍ କରିଥିଲେ । ଏକ ଆପାଚି ଗାଡ଼ିରେ ତିନି ଜଣ ଯୁବକ ଆସି ଡକାୟତି କରିଥିଲେ। ଠିକ୍ ସେହିପରି ମୋହନଗିରିଠାରେ ଥିବା ଦେଶୀ ମଦ ଭାଟିରୁ ମଧ୍ୟ ଡକାୟତି ହୋଇଥିବା ଜଣାପଡିଛି । ଉଭୟ ଘଟଣାରେ ମଦନପୁର ରାମପୁର ପୋଲିସ ଘଟଣାର ଛାନ୍‌ଭିନ୍ କରୁଛନ୍ତି । ତେବେ ଗୋଟିଏ ସପ୍ତାହ ଭିତରେ ମ.ରାମପୁର ଅଞ୍ଚଳରେ ୪ଟି ଡକାୟତି ପୋଲିସ ପାଇଁ ମୁଣ୍ଡ ବ୍ୟଥା ସାଜିଥିବା ବେଳେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com