ଓଡ଼ିଶା

ଫଳ ରସ୍‌ ପରି ଟେଟ୍ରା ପ୍ୟାକେଟ୍‌ରେ ମିଳିବ ମଦ, ଏପ୍ରିଲ ୧ରୁ ଆରମ୍ଭ ହେବ ବିକ୍ରି

ନୂଆଦିଲ୍ଲୀ : ନୂଆ ଅବକାରୀ ନୀତି ଲାଗୁ ହେବା ପରେ ଦିଲ୍ଲୀରେ ମଦ ଦୋକାନ ଗୁଡ଼ିକର ଦାମ୍‌ ଗୁଡିକୁ ନେଇ ପରିବର୍ତ୍ତନ ଆସିଛି। ଏଭଳି ପରିସ୍ଥିତିରେ ଅନେକ ବିକ୍ରେତାମାନେ  ୩୦% ରୁ ୪୦% ରିହାତି ଦେବା ଆରମ୍ଭ କରିଛନ୍ତି । ଏହା ସହ ରାଜଧାନୀରେ ଅନେକ ନୂଆ ବ୍ରାଣ୍ଡର ମଦ ଗୁଡିକ ମଧ୍ୟ ରେଜିଷ୍ଟର ହୋଇଛି । ଯେଉଁମାନେ ମଦକୁ ପିଇବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ବର୍ତ୍ତମାନ ଦିଲ୍ଲୀର ଫଳ ରସ ତଥା ଜୁସ୍‌ ପରି ଟେଟ୍ରା ପ୍ୟାକ୍‌ରେ ମଦ ମିଳିବ । ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ପାଇଁ ଅବକାରୀ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଏହା ପ୍ରଥମ ଥର ପାଇଁ ଏଭଳି ଟେଟ୍ରା ପ୍ୟାକ୍‌ରେ ମଦ ମିଳିବ । ଏହି ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ଏପ୍ରିଲ ୧ ରୁ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ, ମଦ ବ୍ୟବସାୟ କରୁଥିବା ସମସ୍ତ କମ୍ପାନୀ ଏପ୍ରିଲ ୧ ରୁ ସେମାନଙ୍କ ବ୍ରାଣ୍ଡ ଗୁଡିକର ରେଜିଷ୍ଟର କରିବେ । କାହିଁକି ନା ମଦ ବୋତଲ ଗୁଡିକ ପ୍ରାୟତ ଭାଙ୍ଗିବାର ବହୁତ ଆଶଙ୍କା ରହିଥାଏ । ଅନେକ ଥର ଗ୍ରାହକଙ୍କୁ ହାତରୁ ଖସିଯିବା ସହ ଅନେକ ଅଘଟଣ ମଧ୍ୟ ଘଟିଥାଏ। ଏପରି ପରିସ୍ଥିତିରେ, ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଟେଟ୍ରା ପ୍ୟାକ୍ ଏକ ଭଲ ବିକଳ୍ପ। ଏହି ପ୍ୟାକ୍‌ ଗୁଡିକ ଧରିବା ହାଲୁକା ଏବଂ ସହଜ ହେବ । ଏଥି ସହିତ, ଟେଟ୍ରା ପ୍ୟାକରେ ମିଳୁଥିବା ମଦ ମଧ୍ୟ ସେହି ବୋତଲ ଅପେକ୍ଷା ଶସ୍ତାରେ ମିଳିବ।

ଦିଲ୍ଲୀରେ ନୂଆ ନୀତି ଲାଗୁ ହେବା ପରେ ଦିଲ୍ଲୀ ସରକାର ୮୪୯ ଟି ଦୋକାନ ଆବଣ୍ଟନ କରିଛନ୍ତି, ସେଥିମଧ୍ୟରୁ ୫୫୨ ଟି ଦୋକାନ ଖୋଲିଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ୬୯୨ଟି ବିଭିନ୍ନ ବ୍ରାଣ୍ଡର ମଦ ରେଜିଷ୍ଟର ହୋଇଛି । ଏଥିମଧ୍ୟରେ ୨୧୯ ହ୍ବିସ୍କି, ୪୬ ରମ୍, ୮୮ ବିୟର, ୬୭ ଭୋଡକା, ୨୧୬ଟି ୱାଇନ୍‌ ଏବଂ ୬ ଟି ବ୍ରାଣ୍ଡି ସାମିଲ୍‌ ଅଛି ।

Related Articles

Back to top button