ବଧୁ ହତ୍ୟା ଅଭିଯୋଗ ମାମଲା : ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଅତିରିକ୍ତ ଦୌରା ଜଜ୍
![](https://i0.wp.com/odia.mobilenews24x7.com/wp-content/uploads/2022/02/vlcsnap-2022-02-08-17h10m26s817.png?resize=780%2C470&ssl=1)
ଯାଜପୁର() ବଧୁ ହତ୍ୟା ଅଭିଯୋଗ ମାମଲାରେ ସ୍ବାମୀ ଦେବଦତ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅନାଦୟ ୫୦ ହଜାର ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଲେ ଯାଜପୁର ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନ ପୁର ଗାଁ ର ପ୍ରଫୁଲ ସାମଲଙ୍କ ପୁଅ ଦେବଦତ୍ତ ସାମଲ ୨୦୧୩ ମସିହାରେ ଟିଣ ପଂଚାୟତ ନିରଞ୍ଜନ ବେହୁରିଆଙ୍କ ଝିଅ ସ୍ମିତାଶ୍ରୀଙ୍କୁ ବିବାହ କରିଥିଲେ । ବିବାହର ତିନି ମାସ ପରେ ଶାଶୁ, ଶ୍ବଶୁର ଏବଂ ସ୍ବାମୀ ଦେବଦତ୍ତ ମିଶି ସ୍ମିତାଶ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ କିରୋସିନି ଢାଳି ହତ୍ୟା କରିଥିଲେ । ତେବେ ବଧୁ ହତ୍ୟା ଘଟଣାରେ ପୂର୍ବରୁ ଶ୍ବଶୁର ପ୍ରଫୁଲ ସାମଲ, ଶାଶୁ ଶଶୀକଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜ୍ଜା କାଟୁଥିବା ବେଳେ ମଙ୍ଗଳବାର ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମୃତ ସ୍ମିତାଶ୍ରୀଙ୍କ ସ୍ବାମୀ ଦେବଦତ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅନାଦେୟ ୫୦ ହଜାର ଟଙ୍କା ଜରିମନା ଦେବାକୁ ରାୟ ଶୁଣାଇଲେ ଯାଜପୁର ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ଜ୍ଞାନେଦ୍ର ବାରିକ ।