ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ବିବାଦ, ରାଜୀବ ଗାନ୍ଧି ଭବନରେ ତାଲା ପକାଇଲେ ଲୋକେ

ଭଦ୍ରକ() ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଚୁଡାମୁଣୀ ପଂଚାୟତରେ ପିଡିଏସ ଚାଉଳ ବଂଟନକୁ ନେଇ ହିତାଧତ୍କାରୀ ମାନଙ୍କ ପକ୍ଷରୁ ରାଜିବଗାନ୍ଧୀ ଭବନରେ ତାଲା ପକାଇ ଆଗରେ ଧାରଣା ଦଲେ ହିତାଧତ୍କାରୀ। ଏହି ପଂଚାୟତର ଗଂଗାଧର ମଳିକଙ୍କୁ ସରକାରଙ୍କ ପକ୍ଷରୁ ପିଡିଏସ ସାମଗ୍ରୀ ବଂଟନ କରିବାକୁ ଦାୟିତ୍ୱ ଦିଆଯାଇଥବା ବଳେ ରିଟେଲର ସେହି ପଂଚାୟତର ଭାଗିରଥି ସାମଲଙ୍କୁ ହିତାଧତ୍କାରୀଙ୍କୁ ସାମଗ୍ରୀ ବାଂଟିବା ପାଇଁ ଦାଇତ୍ବ ଦେଇଥିଲେ।
ହଲେ ଦାୟିତ୍ବ ନେଇଥିବା ଶ୍ରୀ ସାମଲ ଉକ୍ତ ଚାଉଳ ଟୋକନ ପଂଚାୟତରେ ବାଣ୍ଟିବା ପରିବର୍ତ୍ତେ ତାଙ୍କ ଘରେ ବାଣ୍ଟୁଥିଲେ। ସେହି ଟୋକନକୁ କିଛି ମହିଳା ହିତାଧତ୍କାରୀ ତାଙ୍କ ଘରକୁ ଆଣିବାକୁ ଯାଇଥିବା ବଳେ ଦାଇତ୍ବରେ ଥିବା ଭାଗିରଥି ସାମଲଙ୍କ ପୁଅ ଘରୁ ବାହାର ଆସି ମହିଳା ହିତାଧତ୍କାରୀଙ୍କୁ ର୍ଦୁବ୍ୟବହାର କରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗ କରିଛନ୍ତି। ପରେ ହିତାଧତ୍କାରୀ ଚାଉଳ ବଣ୍ଟନ କରାଯାଉଥିବା ରାଜିବଗାନ୍ଧି ଭବନରେ ତାଲା ପକାଇ ବିକ୍ଷୋପ ପଦର୍ଶନ କରିଥିଲେ। ଖବରପାଇ ସ୍ଥାନୀୟ ପୋଲିସ ପହଁଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି। ହିତାଧତ୍କାରୀଙ୍କ ଚାଉଳ ପାଇଁ ପ୍ରଦାନ କରାଯାଇଥିବା ଟୋକନ ପଂଚାୟତ କାର୍ଯ୍ୟାଳୟରେ ଦେବାକୁ ହିତାଧତ୍କାରୀ ମାନେ ଦାବି କରିଥିଲେ।