ଓ୍ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ‘ଅଟଳ ଟନେଲ’, ରହିଛି ସମୁଦ୍ର ପତ୍ତନଠୁ ୧୦ ହଜାର ଫୁଟ ଉପରେ
![](https://i0.wp.com/odia.mobilenews24x7.com/wp-content/uploads/2022/02/atal.jpg?resize=600%2C337&ssl=1)
ନୂଆଦିଲ୍ଲୀ() ସମୁଦ୍ର ପତ୍ତନ ଠାରୁ ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଅଟଳ ଟନେଲ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ ଭାବେ ୱାର୍ଲଡ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛି । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଐତିହାସିକ ଉତ୍ସବରେ ବର୍ଡର ରୋଡ୍ ଅର୍ଗାନାଇଜେସନ (ବିଆରଓ) ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ହିମାଚଳ ପ୍ରଦେଶର ଲେହ-ମନାଲି ରାଜପଥରେ ଏହି ଟନେଲ ଅବସ୍ଥିତ । ଏହି ଟନେଲ ଫଳରେ ମନାଲି ଓ ସାର୍ଚୁ ମଧ୍ୟରେ ଦୂରତା ୪୬ କି.ମି. ହ୍ରାସ ପାଇଛି ।
୨୦୨୦ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟନେଲର ଲୋକାର୍ପଣ କରିଥିଲେ । ହିମାଳୟର ପୂର୍ବାଞ୍ଚଳ ପିର୍ ପାଞ୍ଜାଲ ରେଞ୍ଜ୍ ଅନ୍ତର୍ଗତ ରୋହତଙ୍ଗ ପାସ୍ରେ ନିର୍ମିତ ଏହି ଟନେଲର ଦୈର୍ଘ୍ୟ ୯.୦୨ କି.ମି । ପାହାଡ ଉପରେ ମାଇନସ ୨୫ ଡିଗ୍ରୀ ସେଲ୍ସିୟସ ତାପମାତ୍ରାରେ ବିଆରଓ ଏହି ଟନେଲ ନିର୍ମାଣ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଥିଲା । ଏହା ବିଆରଓ ଇଞ୍ଜିନିୟରିଂ କୌଶଳର ଏକ ଜ୍ୱଳନ୍ତ ନିଦର୍ଶନ ।