ଜାତୀୟ

ନିର୍ମାଣ ହେବ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବାୟୋପିକ୍‌, ଫିଲ୍ମକୁ ନେଇ ଯୋଜନା କଲେଣି ନିର୍ଦ୍ଦେଶକ

ନୂଆଦିଲ୍ଲୀ() ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଆଉ ଏ ଦୁନିଆରେ ନାହାନ୍ତି । ହେଲେ ସେ ମନୋରଞ୍ଜନ ଦୁନିଆରେ ଏମିତି ଏକ ଛାପ ଛାଡି ଯାଇଛନ୍ତି ଯାହା ସବୁ ଦିନ ପାଇଁ ଅଭୁଲା ହୋଇ ରହିବ । ତାଙ୍କ ଅବଦାନ ଅତୁଳନୀୟ । ବହୁ ସଂଘର୍ଷ ପରେ ସଙ୍ଗିତ ଦୁନିଆର ଏମିତି ଶୀର୍ଷ ସ୍ଥାନରେ ପହଞ୍ଚିଛଥିଲେ ଲତା । ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ୮ ଦଶକରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲେ ଲତା । କେବଳ ଭାରତ ନୁହେଁ ଏସିଆ ମହାଦେଶରେ ସେ ଥିଲେ ଏକ ବହୁ ପରିଚିତ ନାମ । ଅନେକ ଭାଷାରେ ଗୀତ ଗାଇବା ସହ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି।

ବର୍ତ୍ତମାନ ଲତା ଦିଦିଙ୍କ ଇନସ୍ପାରିଂ ଜର୍ନିକୁ ନେଇ ତାଙ୍କର ବାୟୋପିକ୍ ନିର୍ମାଣ କରିବାକୁ ଚିନ୍ତା କରାଯାଉଛି । ଶୁଣିବାକୁ ମିଳେ ଯେ ଲତା ମଙ୍ଗେସକର କୁଆଡେ ତାଙ୍କ ବାୟୋପିକ୍ ନିର୍ମାଣ ସପକ୍ଷରେ ନ ଥିଲେ ଯାହା ପାଇଁ ତାଙ୍କ ବାୟୋପିକ୍ ନିର୍ମାଣରେ ଏତେ ବିଳମ୍ବ ହୋଇଛି । ଏବେ ସେ ବିଦାୟ ନେଇଥିବା ହେତୁ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି, ଆନନ୍ଦ ଏଲ ରୟ ଓ ରାକେଶ ଓମ ପ୍ରକାଶ ମେହେରା ଲତା ଦିଦିଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ।

କୁହାଯାଏ ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ଗତ ୧୦ ବର୍ଷ ହେବ ଲାତାଙ୍କ ବାୟୋପିକ ନିର୍ମାଣ କରିବାକୁ ମନ ବଳାଇଥିଲେ ବି ଶେଷ ପର୍ଯ୍ୟନ୍ତ ତାଙ୍କର ଏହି ଆଶା ପୂରଣ ହୋଇପାରି ନାହିଁ । ଏବେ ଚିନ୍ତା କରାଯାଉଛି ଯେ ଲତା ଦିଦିଙ୍କ ଜୀବନ କେଉଁ ଭାଗକୁ ନେଇ କିଏ କ’ଣ ନିର୍ମାଣ କରିବେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲତା ଦିଦିଙ୍କ ବାୟୋପିକ ପାଇଁ କୁଆଡେ ତାଙ୍କ ପରିବାର ରାଜି ହେବା ନେଇ ଅଛନ୍ତି । ଏହ ସହ ସେମାନେ ମଧ୍ୟ ପ୍ଲାନିଂ କରୁଥିବା  ନେଇ କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com