ଓଡ଼ିଶା

ଘର ଭିତରେ ବିସ୍ଫୋରଣ, ଗୋଟିଏ ପରିବାରର ୬ ଗୁରୁତର

ଖଲ୍ଲିକୋଟ: ଘର ଭିତରେ ବିସ୍ଫୋରଣ । ଗୋଟିଏ ପରିବାରର ୬ଜଣ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କରି କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଗାଁର ଦଣ୍ଡପାଣି ବେହେରାଙ୍କ ଘରେ ପୂର୍ବରୁ ଗଚ୍ଛିତ ଥିଲା ବିସ୍ଫୋରକ ସାମଗ୍ରୀ । ହଠାତ୍‌ ବୁଧବାର ଦିନ ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ପରିବାରର ୬ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟମାନଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଅସାବଧାନତା ଯୋଗୁଁ ଏପରି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଅଘଟଣ ସଂପର୍କରେ ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଏବଂ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com