ଜାତୀୟରାଜନୀତି

ବିଧାନ ପରିଷଦ ସଂକଳ୍ପ ପାରିତ ହୋଇଛି, କେନ୍ଦ୍ରକୁ ଯାଇଛି ପ୍ରସ୍ତାବ

ଭୁବନେଶ୍ୱର () ଓଡ଼ିଶାରେ ବିଧାନ ପରିଷଦ ନେଇ ଧରାପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ମିଛ । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ଏହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ରାଜ୍ୟସଭା ଓ ଲୋକସଭା ସଚିବଙ୍କୁ ଏହା ପଠାଯାଇଥିଲା । ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୨୦୧୫ରୁ ଉଦ୍ୟମ ହୋଇଆସୁଛି । ଏଥିପାଇଁ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୨୦୧୫ ଜାନୁଆରୀ ୧୯ରେ କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା ଏହି କମିଟି । ୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା । ଏହାପରେ କେନ୍ଦ୍ରକୁ ପଠାଯାଇଥିଲା । ତେବେ କେନ୍ଦ୍ର ଏଭଳି କହିବା ଦୁଃଖଦାୟକ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ବିଧାନ ପରିଷଦ ସଂକଳ୍ପ ତଥ୍ୟ କେନ୍ଦ୍ର ପାଇନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ । ୨୦୧୮ରୁ ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରକୁ ରାଜ୍ୟ ପଠାଇଛି । କେନ୍ଦ୍ର ସେତେବେଳେ ଏହି ପ୍ରସଙ୍ଗରେ ଚୁପ ରହିଥିଲା । ଏବେ ଏହି ପ୍ରସଙ୍ଗକୁ କାହିଁକି ମନା କରୁଛନ୍ତି ତାହା ବୁଝି ହେଉନି ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ ।

 

Related Articles

Back to top button
WP Twitter Auto Publish Powered By : XYZScripts.com