ମୁମ୍ବାଇ () କରୋନାର ତୃତୀୟ ଲହର ପ୍ରକୋପ ସାରା ଦେଶରେ ଧୀରେ ଧୀରେ କମିବାରେ ଲାଗିଲାଣି । ଦେଶର ଅନେକ ସ୍ଥାନରେ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ ଲାଗିଲାଣି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ଲୋକଙ୍କୁ ମାସ୍କ ନ ପିନ୍ଧିବାକୁ ଅନୁମତି ଦିଆଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା ।
କିନ୍ତୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ରକୁ ମାସ୍କ ମୁକ୍ତ କରିବା ନେଇ କ୍ୟାବିନେଟ ବୈଠକରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ କରୋନା ଶେଷ ନହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡିବ ।
ଶୁକ୍ରବାର ଦିନ ଯେତେବେଳେ ଅଜିତ ପାୱାରଙ୍କୁ ମାସ୍କ ନ ପିନ୍ଧିବା ଛାଡ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏହାକୁ ଖଣ୍ଡନ କରିଥିଲେ । ଏଥିସହିତ ସେ କହିଛନ୍ତି ଯେ ଯେତେବେଳେ ବି କ୍ୟାବିନେଟ ବୈଠକ ହୁଏ, ସେତେବେଳେ କିଛି ଗଣମାଧ୍ୟମ ଲୋକ ମାସ୍କ ଫ୍ରି ଖବର ପ୍ରାଚର କରନ୍ତି, କିନ୍ତୁ ବାସ୍ତବରେ ସେପରି ନକରିବାକୁ ଅନୁରୋଧ କରାଯାଇଛି ।