ଓଡ଼ିଶା

ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ, ଦୁର୍ଘଟଣା ନା’ ଆତ୍ମହତ୍ୟା ଅସ୍ପଷ୍ଟ

କେନ୍ଦ୍ରାପଡା() କେନ୍ଦ୍ରାପଡା କଜଳାରୋଡ ରେଳ ଧାରଣା ଉପରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାମ ହରିଶ୍ଚନ୍ଦ୍ର ବେହେରା । ତାଙ୍କ ଘର କେନ୍ଦ୍ରାପଡା ପୌରାଚଂଳ ଅନ୍ତର୍ଗତ ବଡହାଟରେ ବୋଲି ଜଣାପଡିଛି । ମୃତ ଯୁବକ ଜଣେ ରାଜମିସ୍ତ୍ରୀ । ଶନିବା ପୂର୍ବାହ୍ନ ସାଢେ ୧୦ ଟାରେ ତାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ରେଳଧାରଣା ଉପରେ ଠାବ କରିଥିଲେ। ତେବେ ଦେଖଣାହାରୀଙ୍କ କହିବା କଥା ପାରାଦୀପ ଆଡୁ ହରିଦାସପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ସାମନାକୁ ଆସି ସେ ମୃତ୍ୟୁବରଣ କରିଛି । ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com