ଜାତୀୟ

ଭାଲେଣ୍ଟାଇନ୍‌କୁ ଫାଶିରେ ଟାଙ୍ଗିଲେ ଲୋକେ

ନୂଆଦିଲ୍ଲୀ () ଆଜି ଭାଲେଣ୍ଟାଇନ୍ସ ଡେ, ଅର୍ଥାତ୍ ପ୍ରେମ ଦିବସ । ନିଜ ଭଲ ପାଇବାକୁ ପରିପ୍ରକାଶ କରି ଏହି ଦିନକୁ ସୁନ୍ଦର ଭାବେ ସେଲିବ୍ରେସନ କରୁଛନ୍ତି ପ୍ରେମୀ ଯୁଗଳ। ସମଗ୍ର ବିଶ୍ୱରେ ପ୍ରେମ ଦିବସର ସେଲିବ୍ରେସନ୍‌। କିନ୍ତୁ ଆଗ୍ରାରେ ଭାଲେଣ୍ଟାଇନ୍‌କୁ ଫାଶି ଦେଇଛନ୍ତି ଲୋକେ। ବିଚ୍‌ ରାସ୍ତାରେ ଭାଲେଣ୍ଟାଇନ୍‌କୁ ଫାଶିରେ ଟଙ୍ଗା ଯାଇଛି। ଏଥିସହ ଲୋକମାନେ ଉତ୍ତେଜିତ ଥିବା ଦେଖାଦେଇଛି। ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓ ରେ ଗୋଟେ କୁଷପୁତ୍ତଳିକାକୁ ଟଙ୍ଗା ଯାଉଥିବାର ଦେଖାଦେଇଛି। କୁଷପୁତ୍ତଳିକା ଦେହରେ ଭାଲେଣ୍ଟାଇନ୍‌ ଲେଖାଯାଇଛି। ଏଥିସହ ରାସ୍ତାରେ ଜମା ହୋଇଥିବା କିଛି ଲୋକ ଭାଲେଣ୍ଟାଇନ୍‌ ଡେର ବିରୋଧ କରିଛନ୍ତି। ଭାଲେଣ୍ଟାଇନ୍‌ ଡେ ହାଏ ହାଏର ନାରା ଲାଗିଛି।

କିଛି ଲୋକେ ଏହା ବିଦେଶୀ ପରମ୍ପରା। ଏହାର ପାଳନ ଆମେ କାହିଁକି କରିବା ବୋଲି କହିଛନ୍ତି। ଯେଉଁମାନେ ଏହାର ପାଳନ କରୁଛନ୍ତି ସେମାନଙ୍କୁ ଏହି ଦିନ ପାଳନ ନକିରବାକୁ ପରାମର୍ଶ ଦିଆଯାଉଛି।

Related Articles

Back to top button