ଓଡ଼ିଶା
୨୧ ତାରିଖରୁ କୋହଳ ହେବ ଜଗା ଦର୍ଶନ, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ହଟିଯିବ କଟକଣା
ପୁରୀ() ଦୀର୍ଘ ୨ ବର୍ଷ ପରେ ଶ୍ରୀମନ୍ଦିରରେ କୋହଳ ହୋଇଛି କଟକଣା । ଏଣିକି କେବଳ ମାସ୍କ ପିନ୍ଧି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଆସନ୍ତା ୨୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରାଯିବ ।
ଆଜି ଛତିଶା ନିଯୋଗ ବୈଠକ । ରାଷ୍ଟ୍ରପତି ଗସ୍ତକୁ ନେଇ ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।
ଖବର ଅନୁଯାୟୀ, ଆଉ କିଛି ଦିନ ପରେ ପୁରୀ ଗସ୍ତରେ ଆସୁଛନ୍ତି ମହାମହିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପରାହ୍ନ ସାଢେ ୩ଟାରେ ନୀଳାଦ୍ରୀ ଭକ୍ତ ନିବାସରେ ବସିବ ଏହି ଛତିଶା ନିଯୋଗ ବୈଠକ । ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ କିଭଳି ଦର୍ଶନ ହେବ । ନୀତିକାନ୍ତି କିପରି ଶୃଙ୍ଖଳିତ କରାଯିବ । ସେନେଇ ନିଯୋଗରେ ଆଲୋଚନା ହେବ ।