ଜାତୀୟ

ଜମ୍ମୁ କାଶ୍ମୀରରେ ବର୍ଷାରୁ ବନ୍ୟା ସ୍ଥିତି

ଜମ୍ମୁ କାଶ୍ମୀରରେ ବର୍ଷାରୁ ବନ୍ୟା ସ୍ଥିତି। କୁପୱାଡା ଅଂଚଳରେ ପ୍ରବଳ ବର୍ଷାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବାଦଲ ଫଟା ବର୍ଷାରୁ ଉତ୍ତର କାଶ୍ମୀର ଅଂଚଳରେ ଅଚାନକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା।

ବନ୍ୟା ପାଣିରେ ୧୦ରୁ ଅଧିକ ଘର ଭାଂଗିଯାଇଛି। ଅନେକ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ସ୍ଥିତି ଦେଖା ଦେଇଥିବାରୁ ଜିଲ୍ଲା ପ୍ରଶାସନ ଆଲର୍ଟରେ ରହିଛି। ସ୍କୁଲ ଓ କଲେଜ ସବୁ ବନ୍ଦ କରି ଦିଆଯାଇଛି। ବନ୍ୟା ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Related Articles

Back to top button