ଓଡ଼ିଶା

ଆଜିଠୁ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ, କରୋନା କଟକଣାରେ ଚାଲିଛି ମେଳା

ଢେଙ୍କାନାଳ()  ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଦୁଇଦିନ ଧରି ଚାଲିବାକୁ ଥିବା ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମାଗାଦି । ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ମହିମା ସାଧୁ ମାନେ ଚଳିତ ବର୍ଷ ୧୪୯ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ମାତ୍ର କୋଭିଡ଼ ସଂକ୍ରମଣକୁ ଆଶଙ୍କା କରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରି କରାଯାଇଛି ।

ଖବର ଅନୁଯାୟୀ, ଏହି ମେଳା ଏକ ସପ୍ତାହ ବ୍ୟାପୀ ହେବା ବଦଳରେ ମହିମା ସନ୍ୟାସୀ ମାନେ କେବଳ ନୀତିକାନ୍ତିରେ ମେଳାକୁ ସୀମିତ ରଖିଛନ୍ତି । ଆଜି ବାବା ମାନଙ୍କ ପ୍ରଭୁ ପୂର୍ଣ୍ଣିମା ଓ ଆସନ୍ତାକାଲି ଗୁରୁ ପୂର୍ଣ୍ଣିମା ପାଳନ କରି ମେଳା ଉଦଯାପିତ କରିବେ । ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତଂକୁ ମହିମା ଗାଦିକୁ ବାରଣ ରହିଛି । ତଥାପି ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ୟାସୀ ଓ ଶ୍ରଦ୍ଧାକୁ ମାନେ ମହିମା ଗାଦିକୁ ଛୁଟି ଆସିଛନ୍ତି । ମହିମା ଧର୍ମର ସନ୍ୟାସୀ ମାନଙ୍କ ତ୍ରିସନ୍ଧ୍ୟା ଶରଣ ଦର୍ଶନ ପରମ୍ପରା ମୁତାବକ ଆଜି ପ୍ରାତଃ ୪ଟାରୁ ମହିମା ସନ୍ୟାସୀ ମାନେ ନୀତିକାନ୍ତି ଆରମ୍ଭ କରିଦେଇଛନ୍ତି । ମୁଖ୍ୟ ଗାଦିମନ୍ଦିରରେ ଶିଦ୍ଧ ବକଳ ଧାରୀ ମହିମା ସନ୍ୟାସୀ ମାନେ ରୁପା ଗରାରେ ଜଳ ଛିଞ୍ଚନ ପରେ କର୍ପୂର ଅଗୁର ପ୍ରଭୁତି ମିଶାଇ ଛେରା ପହଁରା କରିଛନ୍ତି । ପରେ ସୁନା ଚାମର ବ୍ୟଜନ କରି ମହିମା ଗୋସାଇଁ ଙ୍କ ବାଲ୍ୟ ଲୀଳା ନୀତି କାନ୍ତି କରି ସାରିଛନ୍ତି ।

ସେହିପରି ମେଳାର ପରମ୍ପରା ମୁତାବକ ମୁଖ୍ୟ ଗାଦି ମନ୍ଦିର ଦ୍ୱିତୀୟ ବେଢାରେ ଅଖଣ୍ଡ ଧ୍ୱନି ସ୍ଥାପନ କରି ମହିମା ସାଧୁ ମନେ ଜଗତର କଲ୍ୟାଣ ପାଇଁ ଘୃତହୁତି କରୁଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ମଧ୍ୟନ୍ନ ନୀତି କରାଯିବ । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫ଟା ୧୫ସୁଦ୍ଧା ଶେଷ କରାଯିବ । ଆଉ ଠିକ ସେହି ସମୟରେ ସାରା ବିଶ୍ବରୁ ଅଜ୍ଞାନ ଅନ୍ଧକାର ଦୂର କରିବା ଓ ଜଗତ ଭଗତର କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିର ଚାରି ଦ୍ୱାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଝାଡ଼ବତୀ ପ୍ରଜ୍ବଳନ କରାଯିବାର କାର୍ଯ୍ୟକ୍ରମ ନିର୍ଘଣ୍ଟ କରାଯାଇଛି । ଏଥର ଦୁଇଦିନ ଧରି କୋଭିଡ କଟକଣାରେ କେବଳ ନୀତିକାନ୍ତିରେ ସୀମିତ ରହିବ ମେଳା।

Related Articles

Back to top button
WP Twitter Auto Publish Powered By : XYZScripts.com