ଜାତୀୟମନୋରଞ୍ଜନ

ପରିବାର ସହ ଅଲିବାଗରେ ଭାଲେଣ୍ଟାଇନ ଡେ ସେଲିବ୍ରେସନ କଲେ ସମିତା, ରାକେଶଙ୍କ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ

ମୁମ୍ୱାଇ() ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଆଜିକାଲି ଗଗନରେ ଉଡୁଛନ୍ତି । ରାକେଶ ବାପଟଙ୍କ ସହ ତାଙ୍କର ପ୍ରେମ ସଂପର୍କ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଚର୍ଚ୍ଚା । ବିଗ୍ ବସ୍ ଘରୁ ବାହାରିବା ପରଠାରୁ ଦୁହେଁ ନିଜ ପ୍ରେମ ପାଇଁ କ୍ରମାଗତ ଭାବରେ ଲାଇମଲାଇଟରେ ରହି ଆସୁଛନ୍ତି । ଏହାରି ଭିତରେ ଭାଲେଣ୍ଟାଇନ ଡେ ଭଳି ଦିନରେ କେମିତି ଦୁହେଁ ଅଲଗା ରହିବେ ।

 

ଭାଲେଣ୍ଟାଇନ୍ସ ଡେ’ର ପ୍ରେମ ଭରା ଦିନକୁ କିପରି ଏହି ନ୍ୟୁ କପଲ କେମିତି ସୁଯୋଗ ହାତଛଡା କରିବେ । ଏବେ ଏମାନଙ୍କର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିକଟରେ ଶମିତା ଶେଟ୍ଟୀ ତାଙ୍କ ପରିବାର ସହିତ ଗେଟୱେ ଅଫ୍ ଇଣ୍ଡିଆରେ ଦେଖିବାକୁ ମିଳିଥିଲେ । ଏହି ସମୟରେ ତାଙ୍କ ପ୍ରେମିକା ରାକେଶ ବାପଟଙ୍କୁ ମଧ୍ୟ ସେମାନଙ୍କ ସହ ନଜର ଆସିଥିଲେ ।

ପରେ ସମସ୍ତେ ଏକାଠି ଆଲିବାଗକୁ ବୁଲିବାକୁ ଯାଇଥିଲେ । ବର୍ତ୍ତମାନ ଶେଟ୍ଟୀ ଭଉଣୀମାନେ ଆଲିବାଗରୁ ସେମାନଙ୍କର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଶମିତା ଏକ ଧଳା ପୋଷାକରେ ନଜର ଆସିଛନ୍ତି । ଅନ୍ୟପଟେ, ରାକେଶ ଏକ ଡେନିମ୍ ଜ୍ୟାକେଟ୍ ସହିତ ହ୍ୟାଣ୍ଡସମ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଦମ୍ପତିଙ୍କୁ ଏକାଠି ଦେଖି ଏହା କୁହାଯାଇପାରେ ଯେ ଉଭୟ ପରସ୍ପରର ପ୍ରେମରେ ଗଭୀର ଭାବରେ ବୁଡି ରହିଛନ୍ତି ।

ଏଥି ସହିତ ଶିଳ୍ପା ଶେଟ୍ଟୀ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ରାଜ କୁନ୍ଦ୍ରାଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଶିଳ୍ପା ଶେଟ୍ଟୀଙ୍କୁ ଲାଲ ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି । ତେବେ ଭିଡିଓରେ ଉଭୟଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ ।

ଭିଡିଓରେ, ଦୁହେଁ ପରସ୍ପରର ହାତ ଧରିବାକୁ ଯାଉଛନ୍ତି । ହି ଭିଡିଓ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି, “ମୋର ଭାଲେଣ୍ଟାଇନ୍ସ ଏହା ବ୍ୟତୀତ ରାକେଶ ଏକ ରୋମାଣ୍ଟିକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓରେ ଉଭୟ ଡଙ୍ଗାରେ ବସିଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କର ଲୁକ ବହୁତ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com