ବିଜ୍ଞାନ ଓ ପ୍ରଯୁକ୍ତି

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ ଆଜି କାଳୀୟ ଦଳନ

ବରଗଡ଼, ୩୧/୧୨/୨୦୨୨-   ପୃଥିବୀର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବରଗଡ ପାଲଟିଛି ମଥୁରୀ ନଗରୀ ଓ ଗୋପପୁର ପାଲଟିଛି ଆମ୍ବାପାଲି । ଶନିବାର ଧନୁଯାତ୍ରାର ପଞ୍ଚମ ଦିନରେ ଆଜି କାଳୀୟ ଦଳନ ଦୃଶ୍ୟ ମଞ୍ଚସ୍ଥ ହେବ । କାଳୀୟ ନାଗକୁ ଦଳନ କରି ଗୋପପୁରବାସୀଙ୍କୁ ଆଶ୍ୱସ୍ତ କରିବେ ଶ୍ରୀକୃଷ୍ଣ । ଧନୁଯାତ୍ରାର ଚତୁର୍ଥ ଦିନରେ ଶ୍ରୀକୃଷ୍ଣଙ୍କ ଲହୁଣି ଚୋରି, ଶ୍ରୀକୃଷ୍ଣଙ୍କ ମୁଖରେ ମାଆ ଯଶୋଦାଙ୍କ ବିଶ୍ୱରୂପ ଦର୍ଶନ, ରାକ୍ଷସୀ ପୁତନା ଓ ଷଡମଲ୍ଲ କୃଷ୍ଣ-ବଳରାମଙ୍କ ହାତରେ ପ୍ରାଣ ହରାଇବା ଅଭିନୀତ ହୋଇଛି । ସେପଟେ ହତ୍ୟା ଷଡଯନ୍ତ୍ର ବିଫଳ ହେବା ପରେ ଧନୁଯାତ୍ରାକୁ ଆସିବା ପାଇଁ ଗୋପପୁରକୁ ଚିଟାଉ ପଠାଇଛନ୍ତି ମହାରାଜ କଂସ ।

Related Articles

Back to top button
WP Twitter Auto Publish Powered By : XYZScripts.com