ଅନ୍ତର୍ଜାତୀୟ

ବାହାରେ ଋଷ୍‌ ଆକ୍ରମଣ କରିବା ଭୟ, ୟୁକ୍ରେନ୍‌ ଭିତରେ ଆରମ୍ଭ ହେଲାଣି ବିଦ୍ରୋହ

ନୂଆଦିଲ୍ଲୀ() ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ତିକ୍ତତା ମଧ୍ୟରେ ପୂର୍ବ ୟୁକ୍ରେନ୍‌ରେ ବିଦ୍ରୋହ ଆରମ୍ଭ ହୋଇଛି । ଋଷ୍‌ ସମର୍ଥକ ତଥା ବିଛିନ୍ନତାବାଦୀ ଏବଂ ୟୁକ୍ରେନ୍‌ ସରକାରଙ୍କ ମଧ୍ୟରେ ଏପରି ବିଦ୍ରୋହର ସୃଷ୍ଟି ହୋଇଛି । ଏକ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଋଷ୍‌ ସମର୍ଥକ ବିଛିନ୍ନତାବାଦୀଙ୍କ ଉପରେ ୟୁକ୍ରେନ୍‌ ସରକାରୀ ବଳ ଗୁଳି ଚାଳନା କରିଛି ।

ଏହି ଘଟଣାକୁ ନେଇ ୟୁକ୍ରେନ୍‌ ସେନା ବିଛନ୍ନତାବାଦୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି । ୟୁକ୍ରେନ୍‌ ସେନା ଏନେଇ କହିଛି ଯେ ବିଛିନ୍ନତାବାଦୀମାନେ ସରକାରୀ ସେନାଙ୍କ ଉପରେ ପ୍ରଥମ ଆକ୍ରମଣ କରିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା କେତେ ଗମ୍ଭୀର ଏବଂ ଏଥିରେ କେତେଜଣ ଲୋକ ଆହତ ହୋଇଛନ୍ତି ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ମିଳିପାରିନାହିଁ ।

ୟୁକ୍ରେନ୍‌ ସେନା ଏବଂ ବିଛିନ୍ନତାବାଦୀଙ୍କ ମଧ୍ୟରେ ୨୦୧୪ ମସିହା ପରଠାରୁ ଲାଗି ରହିଛି । କିନ୍ତୁ ଦୁଇ ପକ୍ଷ ମଧ୍ୟରେ ଏହି ସଂଘର୍ଷ ସେତେବେଳେ ଆରମ୍ଭ ହେଲା ଯେତେବେଳେ ୟୁକ୍ରେନ୍‌ ସୀମାରେ ଏକ ଲକ୍ଷରୁ ଅଧିକ ସୈନ୍ୟ ନିୟୋଜିତ ହୋଇ ଋଷ୍‌, ବେଲାଋଷ୍‌ ସହିତ ମଳିତ ଭାବେ ଯୁଦ୍ଧାଭ୍ୟାସ କରୁଥିଲେ ।

ତେବେ ଗୁଳି ଚାଳନାକୁ ନେଇ ସ୍ୱଘୋଷିତ ପିପୁଲ୍ସ ରିପବ୍ଲିକ୍‌ର ପ୍ରତିନିଧି ଏକ ବୟାନରେ କହିଛନ୍ତି ଯେ ୟୁକ୍ରେନ୍‌ ଦ୍ୱାରା ୪ ଅଲଗା ଅଲଗା ଘଟଣାରେ ମୋର୍ଟାର, ଗ୍ରେନେଡ୍‌, ଲଞ୍ଚର ଏବଂ ଏକ ମେସିନ୍‌ ଗନ୍‌ର ବ୍ୟବହାର ହୋଇଛି । ବିଛିନ୍ନତାବାଦୀ ଏନେଇ କହିଛନ୍ତି ଯେ, ୟୁକ୍ରେନ୍‌ ବଳ ଭାରୀ ଅସ୍ତ୍ରର ବ୍ୟବହାର କରି ଯୁଦ୍ଧବିରାମର ଗଭୀର ଉଲଂଘନ କରିଛି । ମାନସ୍କ ସନ୍ଧି ଅନୁସାରେ ଏହାକୁ ଫେରାଇ ନେବା ଉଚିତ୍‌ ।

Related Articles

Back to top button
WP Twitter Auto Publish Powered By : XYZScripts.com