ଜାତୀୟ

ଆଜି ପୁଣି ମହଙ୍ଗା ହେଲା ସୁନା-ରୁପା; ୫୦ ହଜାର ପାର୍ କଲା ସୁନା ଦର, ଜାଣନ୍ତୁ ରୁପା କେତେ

ନୂଆଦିଲ୍ଲୀ: ଆଜି ସୁନା-ରୁପାର ନୂତନ ଦର ପ୍ରକାଶ ପାଇଛି । ଭାରତୀୟ ବଜାରରେ ସୁନା-ରୁପାର ଦାମ୍ ବଢ଼ିଚାଲିଛି । ଏହି କ୍ରମରେ ପୁଣି ସୁନା ଦର ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନାର ମୁଲ୍ୟ ୫୦ ହଜାର ପାର୍ କରିଛି । ସେହିପରି ରୁପାର ଦାମ୍ ୬୪ ହଜାର ପାର୍ କରିଛି । ୯୯୯ ପ୍ୟୁରିଟି ଯୁକ୍ତ ୧୦ ଗ୍ରାମ ସୁନାର ଦାମ୍ ୫୦,୨୧୪ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ ରୁପାର ମୂଲ୍ୟ ବଜାରରେ ୬୪,୧୩୩ ଦାମ୍ ରେ ପହଞ୍ଚିଲାଣି ।

ibjarates.com ଅନୁସାରେ ୯୯୫ ପ୍ୟୁରିଟି ଯୁକ୍ତ ସୁନାର ଦାମ୍ ୫୦,୦୧୩ ଟଙ୍କା ହୋଇଯାଇଛି । ୯୧୬ ଶୁଦ୍ଧତା ବିଣିଷ୍ଟ ସୁନା ୪୫,୯୯୬ ଟଙ୍କା ହୋଇଯାଇଛି । ସେହିପରି ୭୫୦ ପ୍ୟୁରିଟି ଟୁକ୍ତ ସୁନାର ମୂଲ୍ୟ ୪୫,୯୯୬ ଟଙ୍କାରେ ପହଞ୍ଚିଛି । ଆଜି ବି ସୁନାର ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି ।

ଆପଣ ଘରେ ବସି ଏହି ଦାମଗୁଡ଼ିକୁ ଅତି ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ହାର ଯାଞ୍ଚ କରିପାରିବେ । ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ‘ବିଆଇଏସ୍ କେୟାର ଆପ୍’ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବା ସହିତ ଅଭିଯୋଗ ମଧ୍ୟ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com