ଓଡ଼ିଶା

ବୃଦ୍ଧାବସ୍ଥାରେ ଭୋଟ୍ ଦେବାକୁ ଇଚ୍ଛା, ଖଟିଆରେ ବୁହା ହୋଇ ଆସିଲେ ୮୫ବର୍ଷ ବୟସ୍କ

ସୁନ୍ଦରଗଡ() ସୁନ୍ଦରଗଡ ଜିଲ୍ଲା କୁତ୍ରାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ୮୫ ବର୍ଷ ବୟସ୍କ ବୃଦ୍ଧ ଖଟିଆରେ ବୁହା ହୋଇ ଭୋଟ୍ ଦେବାକୁ ଆସିଲେ ।

ସୂଚନାଯୋଗ୍ୟ ଯେ, କୁତ୍ରା ପଞ୍ଚାୟତର ରାଜସ୍ବ ଗ୍ରାମ ଡାହିଜିରା ୱାର୍ଡ ନଂ ୧ରେ ଜଣେ ୮୫ ବର୍ଷ ବୟସ୍କ ବୃଦ୍ଧ କ୍ରୀତଦାସ ଗୁଡ଼ିଆଙ୍କୁ ଖଟିଆରେ ବୁହା ହୋଇ ବୁଥକୁ ଆସିଥିଲେ । ଅସୁସ୍ଥ ଅବସ୍ଥାରେ ବୃଦ୍ଧ ଜଣକ ମତଦାନ କରିବାକୁ ଇଚ୍ଛା ପ୍ରକଟ କରିଥିଲେ । ତେଣୁ ତାଙ୍କୁ ଗ୍ରାମର ଅଙ୍ଗନବାଡୀ କର୍ମୀ ବିମଳା ଲାକ୍ରା ପରିବାର ଲୋକଙ୍କ ସହାୟତାରେ ଖଟିଆରେ ବୋହି ବୁଥକୁ ଆଣିଥିଲ । ବୃଦ୍ଧ ଭୋଟ୍ ଦେବା ପରେ ପୁଣି ଖଟିଆରେ ଘରକୁ ଫେରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com