ଓଡ଼ିଶା

୬ କୋଟିରେ ପହଞ୍ଚିଲା ଟିକାକରଣ: ରାଜ୍ୟ ପରିବାର କଲ୍ୟାଣ ବିଭାଗର ସୂଚନା

ଭୁବନେଶ୍ୱର() ସମଗ୍ର ବିଶ୍ୱ ପାଇଁ ଭୟଙ୍କର ହୋଇଥିବା କରୋନା ମହାମାରୀରେ ହ୍ରାସ ପାଉଥିଲେ ବି ଟଳିନି ସଂଙ୍କଟ । ଦେଶରେ ମହାମାରୀ ନେଇଛି ଅନେକଙ୍କ ଜୀବନ । ପ୍ରଥମ ଲହର ଏହାପରେ ଦ୍ୱିତୀୟ ଲହର ଏବଂ ତୃତୀୟ ଲହର ଆସିସାରଛି । ଏହି ଭାଇରସ ଯୋଗୁଁ ଯାଇଛି ଅନେକ ଜୀବନ । ଅନେକ ହୋଇଛନ୍ତି ଅନାଥ । ତେବେ ଏହାରି ମଧ୍ୟରେ ରାଜ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଆଶ୍ୱସ୍ତିକର ଖବର ଦିଆଯାଇଛି ।

ରାଜ୍ୟରେ ମୋଟ ଟିକାକରଣ ୬ କୋଟି ଡୋଜ୍ ଅତିକ୍ରମ କରିଥିବା ନେଇ ସୂଚନା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ୩ କୋଟି ୨୬ ଲକ୍ଷ ପ୍ରଥମ ଡୋଜ୍, ୨ କୋଟି ୬୬ ଲକ୍ଷ ଦ୍ୱିତୀୟ ଡୋଜ୍, ୭ ଲକ୍ଷ ୬୧ ହଜାର ପ୍ରିକସନ୍ ଡୋଜ୍ ଏବଂ ୧୫ରୁ ୧୮ ବର୍ଷ ୨୪ ଲକ୍ଷ ଡୋଜ୍ ଦିଆସରିଛି ।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ବିରୋଧୀ ଲଢ଼େଇରେ ଟିକାକୁ ସବୁଠୁ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ସମଗ୍ର ବିଶ୍ୱରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଦେଶରେ ୧୭୪ କୋଟି ଉଦ୍ଧ୍ୱର୍ ଡୋଜ ଦିଆସାରିଥିବା ବେଳେ, ୭୬.୧ କୋଟି ଲୋକଙ୍କୁ ଉଭୟ ଡୋଜ ନେଇସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com