ଅନ୍ତର୍ଜାତୀୟ

ଉତ୍ତେଜନା ମଧ୍ୟରେ ଆଲୋଚନା ଲାଗି ପୁତିନକୁ ପ୍ରସ୍ତାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି, କହିଲେ ଏକାଠି ବସି ବାହାର କରିବା ସମାଧାନର ବାଟ

କୈଭ () ୟୁକ୍ରେନ ଓ ଋଷିଆ ମଧ୍ୟରେ ଉପୁଜିଥିବା ଉତ୍ତେଜନାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେଂସ୍କି ଶନିବାର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି। ଏଥିରେ ବୈଠକ ମାଧ୍ୟମରେ ସଂକଟର ସମାଧାନ ରାସ୍ତା ବାହାରି ପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏଥିଲାଗି ଜେଲେଂସ୍କି ଋଷିଆକୁ ଆଲୋଚନା ଲାଗି ସ୍ଥାନ ବାଛିବାକୁ କହିଛନ୍ତି। ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ସେ ଏହା କହିଥିବା ବେଳେ ମୁଁ ଜାଣେନା ଋଷିଆ ରାଷ୍ଟ୍ରପତି କଣ ଚାହୁଁଛନ୍ତି ବୋଲି ଜେଲେଂସ୍କି କହିଛନ୍ତି। ଏଣୁ ତାଙ୍କୁ ଭେଟିବାକୁ ମୁଁ ପ୍ରସ୍ତାବ ଦେଉଛି ବୋଲି କହିଛନ୍ତି।

ସୁରକ୍ଷା ସମ୍ମିଳନୀ ବ୍ୟତୀତ ଜେଲେଂସ୍କି ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ମଧ୍ୟ ଭେଟିଛନ୍ତି। ସଂକଟର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ୟୁକ୍ରେନ କେବଳ କୂଟନୈତିକ ରାସ୍ତାରେ ଚାଲିପାରିବ ବୋଲି ରାଷ୍ଟ୍ରପତି ଜେଲଂସ୍କି କହିଛନ୍ତି। ତେବେ ଜେଲେଂସ୍କିଙ୍କ ଏହି ପ୍ରସ୍ତାବ ସମ୍ପର୍କରେ ଋଷିଆ ପକ୍ଷରୁ ତତ୍କାଳ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ଜେଲେଂସ୍କି ଏପରି ଏକ ସମୟରେ ଏହି ପ୍ରସ୍ତାବ ଦେଇଛନ୍ତି ଯେତେବେଳେ ଗୋଟିଏ ପଟେ ପୂର୍ବ ୟୁକ୍ରେନରେ ବିଛିନ୍ନତାବାଦୀ ନେତାମାନେ  ଋଷିଆକୁ ଆକ୍ରମଣ ସୁଯୋଗ ଦେବାକୁ ଦେଶରେ ହିଂସା ବଢାଉଛନ୍ତି ଓ ଅପର ପଟେ କୌଣସି ପ୍ରକାର ସୈନ୍ୟ ଆକ୍ରମଣ ଆଶଙ୍କାରେ ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନରେ ପୂର୍ଣ୍ଣ ସୈନ୍ୟ ଘେରାବନ୍ଦୀ କରିଛନ୍ତି।

ହୁଏତ ଆଗାମୀ ଦିନମାନଙ୍କରେ ଯୁଦ୍ଧ ହୋଇଯାଇପାରେ ସେଥିଲାଗି ଜର୍ମାନୀ ଓ ଅଷ୍ଟ୍ରିଆ ଆଦି ଦେଶମାନେ ୟୁକ୍ରେନରୁ ନିଜ ନାଗରିକଙ୍କୁ ଫେରି ଆସିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଜର୍ମାନ ବିମାନ କମ୍ପାନୀ ଲୁପଥାନସା ୟୁକ୍ରେନ ରାଜଧାନୀ କୈଭ ଏବଂ ଓଡେଶା ଲାଗି ଉଡାଣ ବାତିଲ କରିଦେଇଛନ୍ତି। ହୁଏତ ଋଷିଆ ରାଷ୍ଟ୍ରପତି ୟୁକ୍ରେନ ଉପରେ ଆକ୍ରମଣ ଲାଗି ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।  ଖାସ୍ ଏଥିଲାଗି ଋଷିଆ ସେନା ଶନିବାର ବଡ଼ ଧରଣର ପରମାଣୁ ଯୁଦ୍ଧାଭ୍ୟାସ କରିଛି ବୋଲି ।

ପାଶ୍ଚାତ୍ୟ ଦେଶଙ୍କ ପକ୍ଷରୁ ଆସନ୍ନ ବିପଦ ଆଶଙ୍କାରେ ରାଷ୍ଟ୍ରପତି ପୁତିନ ଜାତୀୟ ସ୍ୱାର୍ଥର ସୁରକ୍ଷା ଲାଗି ସଂକଳ୍ପ ନେଇଛନ୍ତି। ଏଥିରେ ବାଇଡେନ ପୁଣି ଥରେ ଋଷିଆକୁ ଚେତାଇଛନ୍ତି। ଯଦି ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ଏଥର ବଡ଼ ଧରଣର ଆର୍ଥିକ ଓ କୂଟନୈତିକ ପ୍ରତିବନ୍ଧକର ସମ୍ମୁଖୀନ ହେବା ନିଶ୍ଚିତ।  ଏଥିରେ ଆମେରିକା ରକ୍ଷା ଅଧିକାରୀ ୟୁକ୍ରେନ ସୀମାରେ ଋଷିଆ ଠୁଳ କରିଥିବା ସୈନିକଙ୍କ ମଧ୍ୟରୁ ୪୦ ପ୍ରତିଶତ ଯେ କୌଣସି ମୂହୁର୍ତ୍ତରେ ଆକ୍ରମଣ ଲାଗି ପ୍ରସ୍ତୁତ ଥିବାର ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com