ଜାତୀୟରାଜନୀତି

‘ଭାରତ ‌ଯୋ‌ଡ଼ୋ’ ପ୍ରମୁଖ ଭୂମିକା ଗ୍ରହଣ କରିବ: ସୋନିଆ ଗାନ୍ଧୀ

କଂଗ୍ରେସର ଗଣସମ୍ପର୍କ ଅଭିଯାନ ‘ଭାରତ ଯୋ‌ଡ଼ୋ ଯାତ୍ରା’ ଦଳରେ ନୂତନ ପ୍ରାଣଶକ୍ତି ବା ଶୌର୍ଯ୍ୟ ସଞ୍ଚାର କରାଇବାରେ ସହାୟକ ହେବ ବୋଲି ଆଜି ସୋନିଆ ଗାନ୍ଧୀ କହିଛନ୍ତି। ଆଜି କଂଗ୍ରେସ ନେତା ତଥା ପୁତ୍ର ରାହୁଲ୍‌ ଗାନ୍ଧୀ କନ୍ୟାକୁମାରୀର ଅଗସ୍ତୀସ୍ବରମ୍‌ରୁ ଉପରୋକ୍ତ ପଦଯାତ୍ରାର ଦ୍ବିତୀୟ ଦିବସ ଆରମ୍ଭ କରିବା ଅବସରରେ ସୋନିଆ ଗାନ୍ଧୀ ଏଭଳି ବିବୃତି ଦେଇଛନ୍ତି। ସମ୍ପ୍ରତି ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ବିଦେଶରେ ଥିବା ସୋନିଆ ଗାନ୍ଧୀ ଦେଇଥିବା ବିବୃତିରେ କହିଛନ୍ତି, କଂଗ୍ରେସ ପାଇଁ ଭାରତ ଯୋଡ଼ୋ ଯାତ୍ରା ହେଉଛି ସ୍ମରଣୀୟ ମୁହୂର୍ତ୍ତ। କଂଗ୍ରେସର ପୁନଃ ପ୍ରାଣସଞ୍ଚାର କ୍ଷେତ୍ରରେ ଏହି ପଦଯାତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତୀୟ ରାଜନୀତିରେ ଏହା ରୂପାନ୍ତରଣ ମୁହୂତ୍ତ ହେବ। ଯେଉଁମାନେ ପ୍ରତ୍ୟକ୍ଷଭାବେ ଉପସ୍ଥିତ ‌ହୋଇ ଚିନ୍ତା ଓ ଚେତନାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ଭାଗ ନେଇ ପାରିବେ। ଚାଲନ୍ତୁ, ଏକତ୍ର ହୋଇ ଅଗ୍ରସର ହେବାକୁ ଶପଥ ନେବା । ତ୍ରିରଙ୍ଗା ସବୁ ଭାରତୀୟଙ୍କୁ ଏକାଠି ବାନ୍ଧି ରଖିଛି। ଦେଶକୁ ଏକତ୍ର କରିବା ଅନ୍ବେଷଣରେ ତ୍ରିରଙ୍ଗାକୁ ଅଭିବାଦନ ଜଣାଇ ଦ୍ବିତୀୟ ଦିବସର ଯାତ୍ରା ଆରମ୍ଭ ହେଉଛି। ଆଜି ସକାଳୁ ସେୟାର୍‌ ହୋଇଥିବା ଭିଡିଓ‌ରେ ଦେଖାଯାଉଛି, ପଦଯାତ୍ରା ଆଗରୁ ଦଳର ଅନ୍ୟ ନେତାମାନଙ୍କ ସହିତ ରାହୁଲ୍‌ ଗାନ୍ଧୀ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com