ଓଡ଼ିଶା
ଶାନ୍ତି ଫେରିଆସିବାକୁ ମହାପ୍ରଭୁଙ୍କ ନିକଟରେ ଗୁହାରୀ କଲେ ରୁଷ ନାଗରିକ
ପୁରୀ () ରୁଷ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି। ଉଭୟ ଦେଶରୁ ଶତାଧିକ ସୌନିକଙ୍କ ମୃତ୍ୟୁ ଘଟିଛି। ଏପରି ସ୍ଥିତିରେ ଶାନ୍ତି ଫେରାଇ ଆଣିବାକୁ ମହାପ୍ରଭୁଙ୍କ ନିକଟରେ ଗୁହାରୀ କରୁଛନ୍ତି ରୁଷ ନାଗରିକ।
ସାତଦରିଆ ପାର ହୋଇ ଶ୍ରୀକ୍ଷେତ୍ର ଆସିଛନ୍ତି ରୁଷ ନାଗରିକ। ସେମାନେ ଶ୍ରୀମନ୍ଦିର ଭିତରକୁ ସିନା ଯାଇପାରିଲେ ନାହିଁ। ହେଲେ ସିଂହଦ୍ୱାର ସମ୍ମୁଖରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ମାଗିଲେ ଶାନ୍ତିର ବାର୍ତ୍ତା। ଯଦିଓ ତାଙ୍କ ଭାଷା ପୂରା ବୁଝି ହେଉନି, କିନ୍ତୁ ସେମାନେ ଯୁଦ୍ଧକୁ ନାପସନ୍ଦ କରୁଛନ୍ତି।