ଅନ୍ତର୍ଜାତୀୟଜାତୀୟ

ଦେଶରେ ଯୁଦ୍ଧ ରୋକିବାକୁ ଅପିଲ କଲେ ଫୁଟବଲର: ମଇଦାନରେ ହାତ ଯୋଡି କହିଲେ ୟୁକ୍ରେନ ଖେଳାଳି

ନୂଆଦିଲ୍ଲୀ() ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଏହି ଯୁଦ୍ଧ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ସାରା ବିଶ୍ୱ । ଯାହାର ପ୍ରଭାବ ଏବେ କ୍ରୀଡା ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ଖେଳ ମଇଦାନରେ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଅପିଲ କରୁଛନ୍ତି ଦେଶର ଖେଳାଳି । ୟୁରୋପା ଲିଗରେ ମ୍ୟାଚ ସମୟରେ ଯୁଦ୍ଧ ରୋକିବାକୁ ଅପିଲ କରିଛନ୍ତି ୟୁକ୍ରେନର ଜଣେ ଫୁଟବଲ ଖେଳାଳି ।

ଆଟଲାଣ୍ଟା ବିସିର ମିଡପିଲ୍ଡର ରୁସଲାନ ମଲିନୋଭସ୍କି ଅଲିମ୍ପିଆକୋସ ବିପକ୍ଷ ମ୍ୟାଚରେ ଏକ ଗୋଲ ସ୍କୋର କରିବା ପରେ ତାଙ୍କ ଜର୍ସି ଉପରକୁ କରିଥିଲେ । ଏଥିରେ ଲେଖାଥିଲା “ନୋ ୱାର ଇନ ୟୁକ୍ରେନ’ । ତେବେ କେବଳ ସେତିକି ନୁହେଁ ବାର୍ସେିଲୋନା ଏବଂ ନେପାଳର ଖେଳାଳିମାନେ ମଧ୍ୟ କ୍ୟାମ୍ପ ନାଉରେ ମ୍ୟାଚ ପୂର୍ବରୁ ଯୁଦ୍ଧ ବନ୍ଦ କରିବାର ବ୍ୟାନର ଧରିଥିବାର ଦେଖାଯାଇଥିଲା । ସେହିନରି ଭାବୁକ ହୋଇ ମାଞ୍ଚେଷ୍ଟର ସିଟିର ୟୁକ୍ରେନ ଡିଫେଣ୍ଡର ଆଲେକଜାଣ୍ଡାର ଜିନଚିକୋ ଇନଷ୍ଟାଗ୍ରାମରେ ଋଷ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଏକ ପୋଷ୍ଟ ଶେୟର କରିଛନ୍ତି । ଏତିରେ ଲେଖିଛନ୍ତି “ମୋର ଆଶା ଅଛି ଆପଣ ଦିନେ ଖୁବ ଭୟଙ୍କର ମରଣ ମରିବେ’ । ତେବେ ପରେ ଏହି ପୋଷ୍ଟକୁ ଡିଲିଟ କରି ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com