ଜାତୀୟ

ଜମି ବଦଳେ ଚାକିରୀ ମାମଲା: ଲାଲୁ ଯାଦବ ଓ ତାଙ୍କ ଝିଅଙ୍କ ନାମରେ CBI ରୁଜୁ କଲା ନୂଆ ମୋକଦ୍ଦମା, ୧୭ ଠିକଣାରେ ଚଢ଼ଉ ଜାରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ରଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଂସ୍ଥାପକ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ କନ୍ୟା ମିଶା ଭାରତୀଙ୍କ ବିରୋଧରେ ତାଜା ଭ୍ରଷ୍ଟାଚାର ମାମଲା ରୁଜୁ କରିଛି। ସଦ୍ୟ ରୁଜୁ ମାମଲା ଆଧାରରେ ସିବିଆଇ ନୂଆଦିଲ୍ଲୀ ସମେତ ମଧ୍ୟପ୍ରଦେଶ ଓ ବିହାରର ଅନୁନ୍ୟ ୧୭ଟି ସ୍ଥାନରେ ଚଢଉ ଜାରି ରଖିଛି। କୁହାଯାଉଛି ଆରଆରବି ଅନିୟମିତତା ସମ୍ପର୍କିତ ମାମଲାରେ ଏହି ଚଢ଼ଉ ହେଉଛି। ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ରେଳବାଇ ନିଯୁକ୍ତି ଅନିୟମିତତାରେ ସିବିଆଇ ପୁଣି ଥରେ ନୂଆକରି ମୋକଦ୍ଦମା ରୁଜୁ କରିଛି।

ଏଥିରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କୁ ଅଭିଯୁକ୍ତ କରାଯାଇଥିବା ବେଳେ ସମ୍ପର୍କିତ ମାମଲାରେ ଚଢ଼ଉ ଜାରି ରହିଛି। ଏଥିରେ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ପାଟନାସ୍ଥିତ ବାସଭବନ ଉପରେ ଚଢଉ କରାଯାଇଛି। ରାଜଧାନୀ ପାଟନା ସମେତ ଲାଲୁ ପ୍ରସାଦ ଯାଦବଙ୍କ ଗୋପାଲଗଞ୍ଜସ୍ଥିତ ପୈତୃକ ବାସଭବନ ଉପରେ ମଧ୍ୟ ସିବିଆଇ ଚଢଉ ହୋଇଛି।

ସେହିପରି ଦିଲ୍ଲୀରେ ରହୁଥିବା ଲାଲୁଙ୍କ ଝିଅ ମିଶା ଭାରତୀଙ୍କ ଘରେ ମଧ୍ୟ ସିବିଆଇ ଖୋଳତାଡ ଚଳାଇଛି। କୁହାଯାଉଛି ଦିଲ୍ଲୀ, ପାଟନା ଓ ମଧ୍ୟପ୍ରଦେଶର ଭୋପାଲରେ ମଧ୍ୟ ସିବିଆଇ ଅନୁସନ୍ଧାନ ଜାରି ରହିଛି। ସିବିଆଇ ଅନୁସାରେ ମାମଲା ଜମି ବଦଳେ ଚାକିରୀ ସମ୍ପର୍କିତ ବୋଲି କୁହାଯାଉଛି। ସୂଚନା ମୁତାବକ ଲାଲୁ କେନ୍ଦ୍ର ରେଳମନ୍ତ୍ରୀ ଅବସ୍ଥାପିତ ଥିବା ବେଳେ ପ୍ରାର୍ଥୀଙ୍କ ଠାରୁ ମହଙ୍ଗା ଜମି ରଖି ତା ବଦଳେ ରେଳବାଇ ଚାକିରୀ ଦେଇଥିଲେ। ମାମଲାର ତଦନ୍ତ ଲାଗି ସିବିଆଇ ସକାଳ ସାଢେ ୬ଟା ବେଳେ ରାବଡୀ ଦେବୀଙ୍କ ବାସଭବନରେ ପହଞ୍ଚିଯାଇଥିଲେ ବି ଭିତରେ ତଦନ୍ତ ଲାଗି ଅସୁବିଧାର ସମ୍ମୁଖୀନ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com