ଓଡ଼ିଶା
ୟୁକ୍ରେନରେ ଫସିଛି କଟକ ପୁଅ, ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

କଟକ () ୟୁକ୍ରେନ ଓ ଋଷ ମଧ୍ୟରେ ଅନେକ ଦିନ ଧରି ଲାଗି ରହିଥିବା ବିବାଦ ଯୁଦ୍ଧର ରୂପ ନେଇଛି । ୨ ରାଷ୍ଟ୍ର ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ଉଭୟ ରାଷ୍ଟ୍ର ପରସ୍ପରକୁ ବୋମା ଫିଙ୍ଗୁଥିବାବେଳେ ଏପଟେ ଥରି ଉଠିଛି ମା’ର ହୃଦୟ । ୟୁକ୍ରେନରେ କଟକ ପୁଅ ଫସି ରହିଥିବା ବେଳେ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କରିଛି ମାଆ ।ୟୁକ୍ରେନରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି କଟକ ପୁଅ ଆର୍ଯ୍ୟମାନ ଅଭିଷେକ । ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ମାଆ ଅରୁଣା ଜ୍ୟୋତି ବିଶ୍ବାଳ। 6 ବର୍ଷ ଧରି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଆର୍ଯ୍ୟମାନ ।





