ଓଡ଼ିଶା

Smytten ପ୍ରତିଷ୍ଠାତା ସ୍ୱାଗତ ଷଡ଼ଙ୍ଗୀ ପାଇଲେ BW Businessworld ପୁରସ୍କାର

ଭୁବନେଶ୍ୱର() ସ୍ମିଟେନ କମ୍ପାନୀର ପ୍ରତିଷ୍ଠାତା ସ୍ୱାଗତ ଷଡ଼ଙ୍ଗୀ ନିଜ କ୍ୟାରିୟରରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି । ଗତ ୨୦୨୧ ବର୍ଷ ପାଇଁ ସ୍ୱାଗତଙ୍କୁ ପୁରସ୍କୃତ କରାଯାଇଛି । ସେ ବିଡବ୍ଲ୍ୟୁ ବିଜିନେସ୍ ୪୦ ଅଣ୍ଡର ୪୦ ଏଲିଟ୍ କ୍ଲବରେ ନିଜକୁ ସାମିଲ କରିପାରିଛନ୍ତି । ସ୍ୱାଗତ ଜଣେ ମାଟ୍ରିକ ଟପ୍ପର, ଯୁକ୍ତଦୁଇରେ ଷଷ୍ଠ ର୍ୟାଙ୍କଧାରୀ ଓ ବିଟ୍ସ ପିଲାନୀ ଆଣ୍ଡ ଆଇଏସବି, ହାଇଦ୍ରାବାଦର ଆଲୁମ୍ନୀ ଅଟନ୍ତି ।

ସେ ଓଡ଼ିଆ ମିଡ଼ିୟମରେ ପାଠ ପଢ଼ି ମାଟ୍ରିକରେ ଟପ୍ପର ହୋଇଥିଲେ । ଏହାପରେ ସେ ଖଲ୍ଲିକୋଟ ଜୁନିୟର କଲେଜ, ବ୍ରହ୍ମପୁରରୁ ପାସ୍ କରିବା ସହ ଓଡ଼ିଶାରେ ୬ଷ୍ଠ ରାଙ୍କ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଟସ, ପିଲାନୀରୁ ଗ୍ରାଜୁଏସନ ପାସ୍ କରିଥିଲେ । ୨୦୧୫ରେ ସେ ସ୍ମିଟେନ କମ୍ପାନୀ ପ୍ରତିଷ୍ଠା କରିବା ପୂର୍ବରୁ ୧୦ ବର୍ଷ ଧରି ଟିସିଏସ, ଓରାକଲ୍, ଏସଏପି, ସ୍କୁଲବର୍ଗର, ୟୁନିଲିଭର, ମାକକିନ୍ସଲେ ଓ ଗୁଗଲ ପରି କମ୍ପାନୀମାନଙ୍କରେ କାର୍ଯ୍ୟ କରିଛନ୍ତି ।

ପ୍ରଡକ୍ଟକୁ ଆବିସ୍କାର ସହ ଟ୍ରାଏଲ କରିବା କ୍ଷେତ୍ରରେ ସ୍ମିଟେନ ହେଉଛି ଭାରତର ସର୍ବବୃହତ୍ କମ୍ପାନୀ । ଅନ୍ୟ ଅନଲାଇନ ବାଣିଜ୍ୟ ପ୍ଲାଟଫର୍ମ ପରି ସ୍ମିଟେନ ଅନଲାଇନ କ୍ରେତାଙ୍କୁ ବିଭିନ୍ନ ଅଫର ପ୍ରଦାନ କରିଥାଏ । କମ୍ପାନୀ ଗ୍ରାହକଙ୍କୁ ସର୍ବନିମ୍ନ ଦର କିମ୍ବା ବିନା ମୂଲ୍ୟରେ ଟ୍ରାଏ-ବାଏ-ଟ୍ରାଏ ମଡେଲ ପ୍ରଦାନ କରିଥାଏ । ସାଧାରଣ ଭାବେ ଗ୍ରାହକମାନେ ଅନଲାଇନରେ ଫେସ୍ ମଏଶ୍ଚର, ଲିପଷ୍ଟିକ ଆଦି ସାମଗ୍ରୀ କିଣିବା ସମୟରେ ଟ୍ରାଏଲ ସୁବିଧା ପାଇନଥାନ୍ତି । ମାତ୍ର ସ୍ମିଟେନ ଏହି ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି । କମ୍ପାନୀ ପକ୍ଷରୁ ବିୟୁଟି, ଗ୍ରୁମିଂ, ଫ୍ରାଗ୍ରାନ୍ସ, ଫୁଣ୍ଡ ଆଣ୍ଡ ବେଭରେଜ, ହେଲଥ ଆଣ୍ଡ ୱେଲନେସ ପରି ବେଷ୍ଟ ବ୍ରାଣ୍ଡସକୁ ମାଗଣାରେ ଡେଲିଭରି କରିଥାଏ ।

ସ୍ମିଟେନ ଆରମ୍ଭ କରିବା ପୂର୍ବରୁ ସ୍ୱାଗତ ଗୁଗଲର ବିଜିନେସ୍ ମାର୍କେଟିଂ ହେଡ ଭାବେ କାର୍ଯ୍ୟ କରି ଭାରତର ଇଣ୍ଟରନେଟ ଓ ଡିଜିଟାଲ ଇକୋସିଷ୍ଟମ ସହ ସମ୍ପୂର୍ଣ୍ଣ ଭାବେ ପରିଚିତ ହୋଇପାରିଥିଲେ । ତାଙ୍କର କାର୍ଯ୍ୟ କାଳରେ କମ୍ପାନୀ ଗ୍ରେଟ ଅନଲାଇନ ସପିଂ ଫେଷ୍ଟିଭାଲ, ଗେଟ ଇଣ୍ଡିଆ ବିଜିନେସ ଅନଲାଇନ, ୟୁଟ୍ୟୁବ ଫ୍ୟାନଫେଷ୍ଟ, ହେଲପିଂ ୱିମେନ ଗେଟ୍ ଅନଲାଇନ ପରି ବୃହତ୍ ଇକୋସିଷ୍ଟମ ଦିଗରେ ଆଗେଇ ଥିଲା । ବର୍ତ୍ତମାନ ସ୍ମିଟେନ ପାଖରେ ୧୦ ମିଲିନିୟରୁ ଅଧିକ ଗ୍ରାହକ ରହିଥିବା ବେଳେ ୯୦୦ରୁ ଅଧିକ ବ୍ରାଣ୍ଡସ ପାର୍ଟନର ରହିଛନ୍ତି । ଏଥିସହ କମ୍ପାନୀ ୫୦୦୦ରୁ ଅଧିକ ପ୍ରଡକ୍ଟକୁ ଗ୍ରାହକଙ୍କ ଘରେ ଘରେ ପହଞ୍ଚାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com