ଓଡ଼ିଶା
ବୃଦ୍ଧାଙ୍କୁ ଗଳାକାଟି ହତ୍ୟା, ଘରେ କେହି ନଥିବା ବେଳେ ମାତିଲେ ଦୁର୍ବୃତ୍ତ
![](https://i0.wp.com/odia.mobilenews24x7.com/wp-content/uploads/2022/02/45.jpg?resize=780%2C470&ssl=1)
ବ୍ରହ୍ମପୁର() ବ୍ରହ୍ମପୁର ଅଳକାପୁରୀ ଅଞ୍ଚଳରେ ଅଭାବନୀୟ ଘଟଣା । ଘରେ କେହି ନଥିବାବେଳେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଘରର କେହି ସଦସ୍ୟ ନଥିବାବେଳେ ଦୁର୍ବୃତ୍ତମାନେ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସୁଜାତା ବେହେରା । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ତାହା ଅସ୍ପଷ୍ଟ ରହିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।