ଓଡ଼ିଶା

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦ୍ଵାରା ଏକ୍ସଟ୍ରାମୁରାଲ ଲେକ୍ଚର୍ ସିରିଜ୍  ଆୟୋଜିତ

ବ୍ରହ୍ମପୁର, ୨୪/୦୮/୨୦୨୨-   ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦ୍ଵାରା ଏକ ଏକ୍ସଟ୍ରାମୁରାଲ ଲେକ୍ଚର୍ ସିରିଜ୍ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ନୂତନ ସମ୍ମିଳନୀ କକ୍ଷ ଠାରେ  ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ପିଜି କାଉନସିଲର ଚେୟାରମ୍ୟାନ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ଏବଂ ଇତିହାସ ବିଭାଗର ଡ.ସଦାନନ୍ଦ ନାୟକ ଯୋଗ ଦେଇଥିଲେ । ଏହି ଅବସର ରେ “ସାମ୍ବିଧାନିକ ମୂଲ୍ୟବୋଧ ଓ ପ୍ରଗତିଶୀଳ ସମାଜ” ଶୀର୍ଷକ ଏକ ବିଷୟବସ୍ତୁ ରାଜନୀତି ବିଜ୍ଞାନ ର ଅବସର ପ୍ରାପ୍ତ ଅଧ୍ୟାପକ, ପ୍ରଫେସର୍ ବିଜୟ କୁମାର ବହିଦାରଙ୍କ ଦ୍ଵାରା ଉପସ୍ଥାପିତ କରାଯାଇଥିଲା । ପ୍ରଫେସର୍ ବହିଦାର ସମ୍ବିଧାନର ମୂଲ୍ୟ ବୁଝାଇଥିଲେ।ତାଙ୍କ ବକୃତା ରେ ସେ ସମ୍ବିଧାନ ରେ ଥିବା ଅଧିକାର ଓ କର୍ତ୍ତବ୍ୟ ବିଷୟରେ କହିଥିଲେ।ଦେଶର ପ୍ରତ୍ୟେକ ନାଗରିକ ମାନଙ୍କର ସମ୍ବିଧାନ ର ଆଇନ ସମ୍ବନ୍ଧରେ ଜ୍ଞାନ ରହିବା ଆବଶ୍ୟକ । ଯାହାଫଳରେ ନାଗରିକ ମାନେ ଯେପରି ନିଜର ଅଧିକାର ବିଷୟରେ ଅବଗତ ହୋଇପାରିବେ।ଭାରତୀୟ ସମ୍ବଧାନ ରେ ଥିବା ନ୍ୟାୟ ,ସତ୍ୟତା, ସମାନତା ଏବଂ ମର୍ଯ୍ୟାଦା ବିଷୟରେ ସଂକ୍ଷିପ୍ତ ରେ ଆଲୋଚନା କରିଥିଲେ । ବିଶ୍ଵବିଦୟାଳୟର ପ୍ରଫ୍ରେସର୍ ଏବଂ ଛାତ୍ରଛାତ୍ରୀ ମାନେ ପ୍ରଫେସର ବହିଦର୍ ଙ୍କୁ କିଛି ପ୍ରଶ୍ନ କରିଥିଲେ ଏବଂ ପ୍ରଫେସର ସେମାନଙ୍କ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇଥିଲେ। କୁଳପତି ଡ.ଗୀତାଞ୍ଜଳି ଦାଶ ପ୍ରଫେସର୍ ବହିଦାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ନୂତନ ମାଗାଜିନ୍ ଇ ନ୍ୟୁଜ ଲେଟର ଉନ୍ମୋଚନ କରାଗଲା।

Related Articles

Back to top button
WP Twitter Auto Publish Powered By : XYZScripts.com