ଅନ୍ତର୍ଜାତୀୟ

ଦୁଇ ସେକେଣ୍ଡରେ ୟୁକ୍ରେନର ପ୍ରଶାସନିକ ଭବନକୁ ମାଟିରେ ମିଶାଇଦେଲା ରୁଷ, ଦେଖନ୍ତୁ ଛାତିଥରା Live ଭିଡିଓ

ଖାରକିଭ୍: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ନିର୍ଣ୍ଣାୟକ ମୋଡ ନେବାରେ ଲାଗିଛି । ମଙ୍ଗଳବାର ଦିନ ରୁଷ. ୟୁକ୍ରେନର ସବୁଠୁ ବଡ଼ ସହର ଖାରକିଭ୍ ଉପରେ ବଡ଼ ଧରଣର ହମଲା କରିଛି । ଖାଲି ସେତିକି ନୁହେଁ ଖାରକିଭ୍ ଉପରେ ମିସାଇଲ୍ ଓ ତୋପ ଦ୍ୱାରା ଆକ୍ରମଣ ମଧ୍ୟ କରିଛି । ମିସାଇଲ୍ ମାଡ଼ରେ ଖାରକିଭ୍ ର ପ୍ରଶାସନିକ ଭବନକୁ ଉଡାଇଦେଇଛି । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓକୁ ନେଇ ଏବେ ଦୁନିଆ ବ୍ୟାପି ନିନ୍ଦା କରାଯାଉଛି ।
ରୁଷ ସେନା ଏବେ ୟୁକ୍ରେନର ସରକାରୀ ଭବନ ଓ ବିଲ୍ଡିଂ, ମେମୋରିଆଲ୍ ଆଦିକୁ ନଷ୍ଟ କରିବାରେ ଲାଗିଛି । ଗତକାଲି ୟୁକ୍ରେନ ଦ୍ୱାରା ନିର୍ମିତ ଦୁନିଆର ସବୁଠୁ ବଡ଼ ବିମାନରେ ନିଆଁ ଲଗାଇଦେଇଥିବା ଖବର ସାମନାକୁ ଆସିଥିଲା । ଏହାକୁ ବିଶ୍ୱବ୍ୟାପୀ ମାନବାଧିକାରର ବିରୋଧ ବୋଲି ଦର୍ଶାଯାଉଛି ।
ୟୁକ୍ରେନର ଅଧିକାରୀଙ୍କ ପକ୍ଷରୁ ସୂଚନା ଯେ, ରୁଷ ସେନା ଗ୍ରାଡ୍ ଓ କ୍ରୁଜ୍ ମିସାଇଲ୍ ଜରିଆରେ ଖାରଭିକ୍ ଉପରେ ଆକ୍ରମଣ କରୁଛି । ଆଜି ଯୁଦ୍ଧର ଷଷ୍ଠ ଦିନ ହୋଇଥିବା ବେଳେ ୟୁକ୍ରେନର ପ୍ରଶାସନିକ ବିଲ୍ଡିଂ ଉପରେ ଆକ୍ରମଣ କରୁଛି ରୁଷ । ଏବେସୁଦ୍ଧା ଅନେକ ଉଚ୍ଚକୋଟୀର ବିଲ୍ଡିଂ, ସରକାରୀ ଭବନ ଆଦିକୁ ଧ୍ୱଂସ କରିସାରିଲାଣି ରୁଷ । କୁହାଯାଉଛି ଯେ, କୌଣସି ବି ମୁହୂର୍ତ୍ତରେ ରାଜଧାନୀ କିଭ୍ ଉପରେ ବଡ଼ ଧରଣର ହମଲା କରିପାରେ ରୁଷ ।
ବର୍ତ୍ତମାନ କିଭ୍ ରେ କେବଳ ଏୟାର୍ ରେଡ୍ ସାଇରନ୍ ବାଜୁଛି । ପୂରା ସହର ଖାଲି ହୋଇଯାଇଛି । ମହିଳା, ଶିଶୁ ଓ ବୃଦ୍ଧ ମାନେ ସହର ଛାଡ଼ି ଚାଲିଯାଇଛନ୍ତି ଏବଂ ପୁରୁଷ ଓ ଯୁବକ ମାନେ ରୁଷ ସେନାଙ୍କ ସହିତ ଲଢ଼େଇ କରୁଛନ୍ତି । ଅନ୍ୟପଟେ ସାଟେଲାଇଟ୍ ଇମେଜ୍ ରୁ ଜଣାପଡ଼ିଛି ଯେ, ରୁଷର ୬୪ କିମି ଲମ୍ବା ସେନା ଲଗାତର କିଭ୍ ଆଡକୁ ବଢ଼ୁଛନ୍ତି । କିଭ୍ ରୁ ରୁଷ ସେନା ଏବେ ୨୫ କିମି ଦୂରରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com