ଜାତୀୟ

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଟେବୁଲର ୫ମ ସ୍ଥାନକୁ ଖସିଲା ଭାରତ, ରୋହିତଙ୍କ ପାଇଁ ଚ୍ୟାଲେଞ୍ଜ ଶ୍ରୀଲଙ୍କା ସିରିଜ୍‌

ନୂଆଦିଲ୍ଲୀ() ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ପଏଣ୍ଟ ଟେବୁଲରେ ବଡ ଧରଣର ଅଦଳବଦଳ ହୋଇଛି । ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା କିଓ୍ବି ଏବଂ ସାଉଥ୍‌ ଆଫ୍ରିକା ଟେଷ୍ଟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା ଦଳ । ଦ୍ବିତୀୟ ଇନିଂସରେ ନ୍ୟୁଜିଲାଣ୍ଡକୁ ମାତ୍ର ୨୨୭ ରନରେ ଅଲଆଉଟ କରିଥିଲା ଦକ୍ଷିଣ ଆଫ୍ରିକା । ତେବେ ମ୍ୟାଚ୍‌ ଶେଷ ହେବାପରେ ଆଇସିସି ଟେଷ୍ଟ ରାଙ୍କିଂରେ ବ୍ୟାପକ ଅଦଳବଦଳ ହୋଇଛି । ଯାହାକି ଟିମ୍‌ ଇଣ୍ଡିଆ ପାଇଁ ସତର୍କ ଘଣ୍ଟି ।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବିଜୟ ପରେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ଦକ୍ଷିଣ ଆଫ୍ରିକା । ପୂର୍ବରୁ ୪ର୍ଥ ସ୍ଥାନ​ରେ ଥିବା ଭାରତ ଏବେ ପଞ୍ଚମ ସ୍ଥାନକୁ ଖସିଯାଇଛି । ଦକ୍ଷିଣ ଆଫ୍ରିକା ମୋଟ ୩୬ ପଏଣ୍ଟ ପାଇଥିବା ବେଳେ ବିଜୟ ପ୍ରତିଶତ ୪୦ ରହିଛି । ଅନ୍ୟପଟେ ମ୍ୟାଚ୍‌ ହାରିବା ପରେ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଖସିଯାଇଛି ନ୍ୟୁଜିଲାଣ୍ଡ ଦଳ ।

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ପଏଣ୍ଟ ଟେବୁଲ କଥା କହିବାକୁ ଗଲେ, ଟେବୁଲର ପ୍ରଥମ ସ୍ଥାନରେ ରହିଛି ଶ୍ରୀଲଙ୍କା । ଦଳର ବିଜୟ ପ୍ରତିଶତ ୧୦୦ ରହିଥିବାରୁ ଦଳ ଟେବୁଲ ଶୀର୍ଷରେ ରହିଛି । ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ୨ଟି ସିରିଜ୍‌ ଖେଳିଥିବା ବେଳେ ଉଭୟ ସିରିଜ୍‌ ଜିତିଛି । ସେହିଭଳି ଭାରତୀୟ ଦଳ କଥା କହିବାକୁ ଗଲେ, ଦଳ ଏବେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ଟିମ୍‌ ଇଣ୍ଡିଆ ଚଳିତ ସିଜିନ୍‌ରେ ମୋଟ ୩ଟି ସିରିଜ ଖେଳିଥିବା ବେଳେ ୪ଟି ମ୍ୟାଚ୍‌ରେ ବିଜୟ, ୩ଟିରେ ପରାଜୟ ଏବଂ ୩ଟି ଡ୍ର ରହିଛି । ପେନାଲିଟି ଓଭର ପାଇଁ ଭାରତର ୩ଟି ପଏଣ୍ଟ ମଧ୍ୟ କଟିଛି ।

ଭାରତ ପାଇ ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ଖେଳିବା କଷ୍ଠକର ହେବାକୁ ଯାଉଛି । କାରଣ ଚଳିତ ବର୍ଷ ଭାରତ ଆଉ ମାତ୍ର ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ୨ଟି ଟେଷ୍ଟ ଖେଳିବାକୁ ଥିବାବେଳେ ଇଂଲଣ୍ଡରେ ଗୋଟିଏ ମ୍ୟାଚ୍‌ ଖେଳିବ । ଆସନ୍ତା ବର୍ଷ ଘରୋଇ ମାଟିରେ କିଛି ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ ।

ସବୁଠାରୁ ବଡ କଥା ହେଉଛି ଟେଷ୍ଟ ଅଧିନାୟକ ହେବାପରେ ରୋହିତ ଶର୍ମାଙ୍କ ପାଇଁ ଏହା ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍‌ ବିଜୟ ଭାରତ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ରୋହିତ ଶର୍ମାଙ୍କ ନେତୃତ୍ବରେ ହିଁ ଭାରତ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପର୍ଯ୍ୟନ୍ତ ରାସ୍ତା ପ୍ରସ୍ତୁତ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com