
ନୂଆଦିଲ୍ଳୀ : ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ଓ ଅଭିନେତା ଗୁରମିତ୍ ଚୌଧୁରୀ ପିତାମାତା ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା ଅଭିନେତା ଗୁରୁମିତ ଚୌଧୁରୀ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଏପ୍ରିଲ ୩ରେ ନବରାତ୍ରୀ ଅବସରରେ ଦେବିନା ଏକ ଝିଅକୁ ଜନ୍ମ ଦେଇଛନ୍ତି। ଗୁରୁମିତ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବରକୁ ଅତି ସୁନ୍ଦର ଭାବରେ କ୍ୟାପସନରେ ଲେଖି ଲେଖିଛନ୍ତି – ‘କୃତଜ୍ଞତା ସହିତ ଆମେ ଆମର ଶିଶୁ କନ୍ୟାକୁ ଏହି ଦୁନିଆରେ ସ୍ୱାଗତ କରୁଛୁ … ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ।
View this post on Instagram