ଜାତୀୟ

କିବ୍‌ରେ ଆଶ୍ରୟସ୍ଥଳ ପାଲଟିଛି ଭାରତୀୟ ରେସ୍ତୋରାଁ ‘ସାଥୀୟା’; ପ୍ରଶଂସାରେ ପୋତି ହୋଇପଡୁଛନ୍ତି ମାଲିକ

ନୂଆଦିଲ୍ଲୀ: ରୁଷ୍‌ ଆକ୍ରମଣ ପରେ ୟୁକ୍ରେନ୍‌ ଦେଖା ଦେଇଥିବା ଅପ୍ରତ୍ୟାଶିତ ସଙ୍କଟ ସମୟରେ ରାଜଧାନୀ କିବ୍‌ରେ ସମ୍ପ୍ରତି ଭାରତୀୟମାନଙ୍କ ପାଇଁ ଯୁଦ୍ଧ ଆଶ୍ରୟସ୍ଥଳୀ ପାଲଟିଛି ଭାରତୀୟ ‌ଭୋଜନ ମିଳୁଥିବା ରେସ୍ତୋରାଁ ‘ସାଥୀୟା’। ଏଭଳି ମହତ୍‌ କାର୍ଯ୍ୟ ପାଇଁ ରେସ୍ତୋରାଁ ମାଲିକ ଗୁଜରାଟର ୫୨ ବର୍ଷିୟ ମନୀଷ ଦାୱେଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି।

ୟୁକ୍ରେନ୍‌ରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭାରତୀୟ ରେସ୍ତୋରାଁ ‘ସାଥୀୟା’ ଖୋଲିଥିଲା କିନ୍ତୁ, ଏହା ପୂର୍ଣ୍ଣ ଭାବେ ଚାଲୁ ହେବା ପୂର୍ବରୁ ଯୁଦ୍ଧ ଲାଗିଗଲା। ଏବେ ବିମାନ ଆକ୍ରମଣ, ବୋମାବର୍ଷଣରୁ ତ୍ରାହି ପାଇବାକୁ ଓ ଗରମାଗରମ ଭୋଜନ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ ପାଲଟିଯାଇଛି। ମାତ୍ର ଯୁଦ୍ଧ ପରିସ୍ଥିତିରେ ଦାୱେ କେତେ ଦିନ ‌ଆହାର ଯୋଗାଇ ପାରିବେ?

‘ୱାସିଂଟନ୍‌ ପୋଷ୍ଟ୍‌’କୁ ଦାୱେ କହିଛନ୍ତି, ଯେ ପର୍ଯ୍ୟନ୍ତ ପାରିବି, ଆହାର ଯୋଗାଇବି।

Image Courtesy of Bloomlive.in

ତାଙ୍କ ରେସ୍ତୋରାଁ ଗୋଟାଏ ଅଟ୍ଟାଳିକାର ‘ବେସ୍‌ମେଣ୍ଟ୍‌’ରେ (ଭୂତଳ) ଅବସ୍ଥିତ ହୋଇଥିବାରୁ ଏଭଳି ପରିସ୍ଥିତିରେ ରହିବା ପାଇଁ ନିରାପଦ ଜାଗା ବୋଲି ‘ଟେଲିଗ୍ରାମ୍‌’ରେ ଗୋଟାଏ ବାର୍ତ୍ତା ପୋଷ୍ଟ୍‌ କରି ସୂଚନା ଦେଇଛନ୍ତି। ଏବେ ଯଦି ରହିବା ପାଇଁ ଆପଣଙ୍କ ନିକଟରେ ସମୁଚ୍ଚିତ ନିରାପଦ ସ୍ଥାନ ନାହିଁ, ଦୟାକରି ଏଠାକୁ ଆସନ୍ତୁ। ଆମର ସାମର୍ଥ୍ୟ ଅନୁସାରେ, ମାଗଣା ଭୋଜନ ଏବଂ ରହଣି ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବୁ। ୟୁକ୍ରେନ୍‌ ସହ କାନ୍ଧ ମିଳାଇ ଠିଆ ହୋଇଛୁ।

୨୦୨୧ରେ ଅଳ୍ପ କେତେ ମାସ ପୂର୍ବରୁ ଦାୱେ ଉକ୍ତ ରେସ୍ତୋରାଁ ଖୋଲିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଜାନୁଆରି ମାସରେ ରେସ୍ତୋରାଁରେ କାରବାର ଆରମ୍ଭ ହେବା ବେଳେ ଏ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଆଦୌ କଳ୍ପନା କରି ନ ଥିଲେ।

‘ବୋ‌ଗୋମେଲିଟ୍‌ସ୍‌ ନ୍ୟାସ୍‌ନାଲ୍‌ ମେଡିକାଲ୍‌ ୟୁନିଭର୍ସିଟି’ର ଆନ୍ତର୍ଜାତିକ ଛାତ୍ରାବାସ ଠାରୁ ଚାଲି ଚାଲି ଗଲେ ୩ ମିନିଟ୍‌ ଲାଗୁଥିବା ଦୂରତ୍ବରେ ଅବସ୍ଥିତ ‘ସାଥୀୟା’ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁନିଶ୍ଚିତ ପ୍ରିୟ ଭୋଜନସ୍ଥଳି ହେବାର ସୁଯୋଗ ଥିଲା। କିନ୍ତୁ, ମାଲିକ ଦାୱେ ଏବେ ପରିସ୍ଥିତିର ସ୍ବାଭାବିକତା ଫେରିବାକୁ ଆଶା କରି ବସିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com