ଅନ୍ତର୍ଜାତୀୟ

ବିଶ୍ୱରେ ଏକଘରିକିଆ ହୋଇଯିବ ରୁଷ, ଏହି ୮ଟି ଘାତକ ବ୍ରହ୍ମାସ୍ତ୍ରରେ ଆଗାମୀ ଦିନରେ ଛଟପଟ ହେବେ ପୁଟିନ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ନଜର ବର୍ତ୍ତମାନ ରୁଷିଆ-ୟୁକ୍ରେନ ଉପରେ ରହିଥିବା ବେଳେ ମୁଖ୍ୟ ଟାର୍ଗେଟରେ ରହିଛି ରୁଷ୍ । ଇତିମଧ୍ୟର ବିଭିନ୍ନ ରାଷ୍ଟ୍ର ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏକଛତ୍ରବାଦ, ଜିଦଖୋର ମନୋଭାବକୁ ଦୃଢ଼ ବିରୋଧ କରିଛନ୍ତି । ଅନେକ ରାଷ୍ଟ୍ର ରୁଷ ଉପରେ ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଲଗାଇଲେଣି ।
୧- କଟକଣା ଯୋଗୁଁ ବର୍ତ୍ତମାନ ରୁଷର ମୁଦ୍ରା ରୁବଲର ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ ହ୍ରାସ ପାଉଛି । ରୁବଲର ମୂଲ୍ୟ ଯଦି କ୍ରମାଗତ ଭାବେ ହ୍ରାସ ପାଏ ତେବେ ରୁଷକୁ ବିଦେଶରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ।
୨- ଅନ୍ତର୍ଜାତୀୟ ସ୍ତରରେ ବ୍ୟାଙ୍କଗୁଡ଼ିକ ମଧ୍ୟରେ କାରବାର ସ୍ୱିଫ୍ଟ ମାଧ୍ୟମରେ ହୋଇଥାଏ । ରୁଷକୁ ଉକ୍ତ ବ୍ୟବସ୍ଥାରୁ ବାଦ ଦିଆଯାଇଥିବାରୁ ସେ ଅନ୍ୟ ଦେଶ ସହିତ ବ୍ୟାଙ୍କ ମାଧ୍ୟମରେ ଅର୍ଥ ସ୍ଥାନାନ୍ତର କରିପାରିବ ନାହିଁ ।
୩- ଜଣାପଡ଼ିଛି ଯେ, ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ରୁଷ୍ ଦୈନିକ ୧.୫ ଲକ୍ଷ କୋଟି ଖର୍ଚ୍ଚ କରୁଛି । ତେଣୁ ଏହି ଲଢ଼େଇ ଯେତେ ଦିନ ଜାରି ରହିବ, ରୁଷର ଅର୍ଥନୀତି ସେତେ ତଳକୁ ଖସିବା ଥୟ ।
୪- ରୁଷର କେନ୍ଦ୍ରୀୟ ବ୍ୟାଙ୍କ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲାଗୁ କରିଛନ୍ତି । ଅନ୍ତର୍ଜାତୀୟ ମୁଦ୍ରାକୁ ରୁଷ୍ ଯେପରି କୌଣସି ସ୍ଥାନରେ ବ୍ୟବହାର ନକରି ପାରିବ ସେଥିପ୍ରତି ନଜର ରଖାଯାଇଛି ।
୫- ରୁଷର ଜନତା ଓ କମ୍ପାନୀର ଯେଉଁ ସମ୍ପତ୍ତି ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକରେ ରହିଛି ସେଗୁଡ଼ିକୁ ଜବତ କରାଯିବ ।
୬- ପୂର୍ବରୁ ରୁଷିଆରେ ନିବେଶ କରିବାକୁ ଇଚ୍ଛୁକ ଥିବା ବିଦେଶୀ କମ୍ପାନୀମାନେ ଏବେ ଓହରି ଗଲେଣି । ଫଳରେ ରୁଷିଆରେ ବିଦେଶୀ ନିବେଶ ହ୍ରାସ ପାଇଛି ।
୭- ୟୁରୋପୀୟ ଦେଶଗୁଡ଼ିକ ରୁଷ ପାଇଁ ସେମାନଙ୍କର ଏୟାର ମାର୍ଗ ବନ୍ଦ କରିଦେଇଛନ୍ତି । ଫଳରେ ରୁଷର ଏୟାରଲାଇନ୍ସଗୁଡ଼ିକ ଅନ୍ୟ ମାର୍ଗ ଦେଇ ଯାତ୍ରା କରିବା ସହ କ୍ଷତି ସହିବେ ।
୮- ପୂର୍ବରୁ ରୁଷିଆର ବିଶ୍ୱର ଦ୍ୱିତୀୟ ମହାଶକ୍ତି ଭାବେ ଗଣାଯାଉଥିଲା । ତେବେ ଯୁଦ୍ଧ ପାଇଁ ରୁଷିଆର, ବାଣିଜ୍ୟ, ଶିକ୍ଷା, ଗବେଷଣା, ସାମରିକ, ଅର୍ଥନୀତି ଆଦି ବହୁ ତଳକୁ ଖସିଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com