ଓଡ଼ିଶା

ରାଜଧାନୀରୁ ଧରାପଡିଲା ୧୨ କୋଟି ଟଙ୍କାର ସୁନା, ଟ୍ରେନ ଯୋଗେ ମୁମ୍ବାଇରୁ ଆସିଥିଲା ୩୨ କିଲୋଗ୍ରାମରୁ ଅଧିକ ସୁନା

ଭୁବନେଶ୍ୱର() ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ସୁନା | ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ଟ୍ରେନରେ ୪ଟି ବ୍ୟାଗରେ ଆଣିବା ବେଳେ ଜିଆରପି ଏହାକୁ ଧରିଛି |

ଏହି ଘଟଣାରେ ୪ ଜଣ ଅଟକ ଥିବାବେଳେ ମିଳିଥିବା ସୂଚନା ମୁତାବକ କୋଣାର୍କ ଏକ୍ସପ୍ରେସ ଜରିଆରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ | ଅଭିଯୁକ୍ତମାନେ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ସୁନା ଥିବାବେଳେ ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ବର୍ତ୍ତମାନ ଆୟକର ବିଭାଗ ଛାନଭିନ ଜାରି ରଖିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com