ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

DRDO Recruitment 2022: ଗ୍ରାଜୁଏଟ, ଡିପ୍ଲୋମା ଏବଂ ଆଇଟିଆଇ ପାସଙ୍କ ପାଇଁ ଆପ୍ରେଣ୍ଟିସ୍ ପଦରେ ନିଯୁକ୍ତି, ଜାଣନ୍ତୁ ଡିଟେଲ

ନୂଆଦିଲ୍ଲୀ : ଆ ଡିଆରଡିଓର ଗ୍ୟାସ ଟରବାଇନ ରିସର୍ଚ୍ଚ ସଂଗଠନ (ଜିଟିଆରଇ) ରେ ଗ୍ରାଜୁଏଟ୍, ଡିପ୍ଲୋମା ଏବଂ ଆଇଟିଆଇ ଆପ୍ରେଣ୍ଟିସ୍ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ପଦରେ ଆବେଦନ କରିବାକୁ ଚାହୁଥିବା ଆଶାୟୀ ଅଫିସିଆଲ ୱେବସାଇଟ mhrdnats.gov.in/ apprenticeshipindia.gov.in କୁ ଯାଇ ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ତାରିଖ ୧୪ ମାର୍ଚ୍ଚ ରହିଛି । ସମୁଦାୟ ୧୫୦ ପଦରେ ଆବେଦନ ଗ୍ରହଣ କରାଯାଉଛି । ଯେଉଁଥିରେ ଗ୍ରାଜୁଏଟ ଆପ୍ରେଣ୍ଟିସ୍ ଟ୍ରେନୀ ପାଇଁ ୭୫, ଡିପ୍ଲୋମା ଆପ୍ରେଣ୍ଟିସ୍ ଟ୍ରେନୀ ପାଇଁ ୨୦, ଆଇଟିଆଇ ଆପ୍ରେଣ୍ଟିସ୍ ଟ୍ରେନୀ ପାଇଁ ୨୫ ଏବଂ ଗ୍ରାଜୁଏଟ ଆପ୍ରେଣ୍ଟିସ୍ ଟ୍ରେନୀ(ଜେନେରାଲ ଷ୍ଟ୍ରିମ୍) ପାଇଁ ୩୦ ପଦବୀ ରହିଛି ।
ଯୋଗ୍ୟତା: ପଦ ପାଇଁ ଗ୍ରାଜୁଏସନ, ଡିପ୍ଲୋମା ଏବଂ ଆଇଟିଆଇ ଟ୍ରେଡ ଡିପ୍ଲୋମା ଭଳି ଶିକ୍ଷାଗତ ପୋଗ୍ୟତା ଥିବା ଦରକାର । ସେହିଭଳି ପଦରେ ନିଯୁକ୍ତି ଆଶାୟୀଙ୍କ ଚୟନ ପ୍ରକ୍ରିୟା  ଲିଖିତ, ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com