ଜାତୀୟମନୋରଞ୍ଜନ

ବିବାହ ହୋଇପାରୁନଥିବାରୁ ଖୁଲାସା କଲେ କଙ୍ଗନା, କହିଲେ-ମୁଁ କୁଆଡେ ପୁଅମାନଙ୍କୁ ମାରେ…

ନୂଆଦିଲ୍ଳୀ : ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ତଥା ଧାକଡ ଗର୍ଲ ଭାବରେ ବେଶ୍‌ ପରିଚିତ କଙ୍ଗନା ରଣାୱତ୍‌। ଫିଲ୍ମ ବ୍ୟତୀତ ଅଭିନେତ୍ରୀ ତାଙ୍କର ଅପୂର୍ବ ଶୈଳୀ ପାଇଁ ଖୁବ୍‌ ଜଣାଶୁଣା। କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରନ୍ତି କଙ୍ଗନା। ତାଙ୍କ କ୍ୟାରିଅରରେ ଅନେକ ବଡ ବଡ ଚଳଚ୍ଚିତ୍ରରେ କାମ କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ, କଙ୍ଗନା ଏକ ମୁଖ୍ୟ ଅଭିନେତ୍ରୀ ଭାବରେ ବହୁ ହିଟ୍ ଫିଲ୍ମ ଦେଇଛନ୍ତି। କେବଳ ଏତିକି ନୁହେଁ, ନିକଟରେ ସେ ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ଧାକଡ’ର ପ୍ରମୋସନ ପାଇଁ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ତାଙ୍କ ବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି ।

ନିକଟରେ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ କି  ସେ ବିବାହ କରି ପାରୁ ନାହାନ୍ତି , କାହିଁକି ନା ତାଙ୍କୁ ନେଇ ଅନେକ ଗୁଜବ ଉଠୁଛି। କୁହାଯାଉଛି କି ସେ ବହୁତ କଳି ଲାଗନ୍ତି। ପୁଣି ଜୋରଜବରଦସ୍ତି ଲୋକଙ୍କ ସହ ଗଣ୍ଡଗୋଳ କରନ୍ତି। କଙ୍ଗନା ଏହି ସବୁକୁ ନେଇ ମଜାଳିଆ ଅନ୍ଦାଜ୍‌ରେ କହିଥିଲେ କି ଗୁଜବ ଗୁଡିକ ତାଙ୍କ ବିଷୟରେ ଏକ ଚିନ୍ତା ଧାରା ସୃଷ୍ଟି କରିଛି। ଯେଉଁଥିପାଇଁ ତାଙ୍କୁ ଉପଯୁଜ୍ତ ପୁଅ ମିଳି ପାରୁ ନାହିଁ ।

ଏହା ବ୍ୟତୀତ କଙ୍ଗନାକୁ ପଚରାଯାଇଥିଲା କି କଣ ରିୟଲ୍‌ ଲାଇଫ୍‌ ବି କଣ ଧାକଡ ଫିଲ୍ମ ଭଳି? ଏହାକୁ ନେଇ ସେ କହିଛନ୍ତି -ଏମିତି କିଛି ନାହିଁ । ରିୟଲ୍‌ ଲାଇଫ୍‌ରେ ମୁଁ କାହାକୁ ମାରିବି। ମୁଁ ତ ବିବାହ କରି ପାରୁ ନାହିଁ , କାହିଁକି ନା ମୁଁ କୁଆଡେ ପୁଅମାନଙ୍କୁ ପିଟୁଛି। ଆପଣ ମାନେ ମୋ ନାଁ ରେ ବିଭିନ୍ନ ପ୍ରକାରର ଗୁଜବ କରୁଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ପାଲଟୁଛି। ଅନ୍ୟପଟେ କଙ୍ଗନାଙ୍କ ଏହି ଫିଲ୍ମ ‘ଧାକଡ’ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ସେ ଦମଦାର ଆକ୍ସନ କରୁଥିବାର ନଜର ଆସିବେ।

Related Articles

Back to top button
WP Twitter Auto Publish Powered By : XYZScripts.com