ଓଡ଼ିଶା

ଜମିବାଡି ବିବାଦରୁ ପେଟ୍ରୋଲ ଢାଳି ଜାଳିଦେଲେ ଘର, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତରେ ଜମିବାଡ଼ି ବିବାଦକୁ ଉତ୍ତେଜନା । ସେହି ପଞ୍ଚାୟତର ଶ୍ରୀଚନ୍ଦନପୁର ଗାଁର କିଛି ଲୋକ ପେଟ୍ରୋଲ ଢାଳି ଶଙ୍କିଆପଦା ଗାଁର ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ଜାଳିଦେବା ସହ ତାଙ୍କ ବୋହୂଙ୍କୁ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି ।

ଅଭିଯୋଗ ପରେ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାକଟପୁର ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏ ନେଇ ଏକ ମାମଲା ରୁଜୁ କରି କାକଟପୁର ପୋଲିସ ତଦନ୍ତ ଚଳାଇଛି । ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନଥିବା ସୂଚନା ରହିଛି । ଗୁରୁତର ଦୁଇ ଦୁଇ ମହିଳାଙ୍କୁ କାକଟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com